୫-ଟି ଓ ମୋ ସରକାର କାର୍ଯ୍ୟକୁ ପ୍ରଶଂସା କଲେ ଜାତୀୟ ଡିଫେନ୍ସ ପ୍ରତିନିଧି ଦଳ

ଭୁବନେଶ୍ୱର() ଆଜି ଏଠାରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନ୍ୟାସନାଲ ଡିଫେନ୍ସ କଲେଜର ପ୍ରତିନିଧି ଦଳ । ରାଜ୍ୟର ସମାଜିକ ଓ ରାଜନୈତିକ ବାତାବରଣ, ଶାସନ ବ୍ୟବସ୍ଥା ଓ ରାଜ୍ୟର ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏୟାର ମାର୍ଶାଲ ବି.ଭି ଉପାଧ୍ୟାୟଙ୍କ ନେତୃତ୍ୱରେ ୫ ଦିନିଆ ଓଡିଶା ଗସ୍ତରେ ଆସିଥିବା ଏହି ପ୍ରତିନିଧିଦଳ ଲୋକ ସେବା ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ସମୟରେ ସେମାନେ ରାଜ୍ୟ ସରକାର ପକ୍ଷରୁ ନିଆଯାଇଥିବା ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକ ମାନଙ୍କୁ ସେବା ଯୋଗାଇ ଦେବା ପାଇଁ ନିଆଯାଇଥିବା ପ୍ରଭାବ ଶାଳୀ ପଦକ୍ଷେପ ଲ୍ୟାଣ୍ଡ ରୋକର୍ଡର ଅଟୋମେସନ ଡିଜିଟାଇାଜସନ ବ୍ୟବସ୍ଥା ବିଷୟରେ ଜାଣି ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିଲେ ।

ଏହି ପ୍ରତିନିଧି ଦଳରେ ପ୍ରତିରକ୍ଷା ପ୍ରଶାସନିକ ସେବାର ୧୪ ଜଣ ବରିÂ ପଦାଧିକାରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ବିଦେଶୀ ପ୍ରତିନିଧି ୨ଜଣ ମହିଳା ଅଧିକାରୀ ଜଣେ ଆଇପିଏସ ଓ ଆଉ ଜଣେ ଆଇଆରଏସ ଅଫିସର ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − two =