ଓଡିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ମଂଜୁରୀ

ଭୁବନେଶ୍ୱର() ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ଆଜି ବସିଥିଲା ମନ୍ତ୍ରୀପରିଷଦବୈଠକ । କ୍ୟାବିନେଟ ବୈଠକରେ ୯ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ପଂଚମ ଅର୍ଥ ଆୟୋଗ ଆକ୍ସନ ଟେକେନ ରିପୋର୍ଟ ଉପସ୍ଥାପନ ହୋଇଛି । ଓଡିଶା ସିଭିଲ ସର୍ଭିସ ରୁଲ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଓଡ଼ିଶା ରିହାବିଲିଟେସନ ଆସିବ, ଏଥିରେ ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରର ଜଣକୁ ଗ୍ରୁପ ଡି ପଦବୀ ମିଳିବ । ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେ ବି ଚାକିରୀ ମିଳିବ । ପୂର୍ବରୁ ୧୦ପ୍ରତିଶତ କ୍ୟାଡର ନିଯୁକ୍ତି ପାଉଥିଲେ । ଏହାସହ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ମିଳିଛି । ସୁନ୍ଦରଗଡ ଜିଲ୍ଲାର ୨ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି । ଏଥିରେ ୩୪୪କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୨ଲକ୍ଷ ଲୋକ ଉପକୃତ ହେବେ । ଏହାସହ ଓଡିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ଅନୁମତି ମିଳିଛି ।

ସେହିଭଳି ରାଜ୍ୟର ଯେକୌଣସି ସ୍ଥାନରେ ସଫ୍ଟଓୟାର ଟେକ୍ନୋଲୋଜି ପାର୍କସ ଅଫ୍ ଇଣ୍ଡିଆ ତଥା ଏସଟିପିଆଇର ସେଂଟର ପ୍ରତିଷ୍ଠା ନିମନ୍ତେ ୩ ଏକର ପର୍ୟ୍ୟନ୍ତ ସରକାରୀ ଜମି ବିନା ପ୍ରିମିୟମ ଓ ବିନା ଇନ୍ସିଡେଂଟାଲ ଚାର୍ଜସେରେ ଲିଜ ସୂତ୍ରରେ ଯୋଗାଇବା ସମନ୍ଧରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି ।

Share

Leave a Reply

Your email address will not be published. Required fields are marked *

12 + 12 =