ମାଓ ସାମଗ୍ରୀ ଜବତ ଘଟଣାରେ ଓଡିଶା ପୋଲିସର ବଡ ସଫଳତା

ମାଲକାନଗିରି() ଗତ ଜାନୁୟାରୀ ମାସରେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ଓଡିଶା ପୋଲିସ, ବିଏସଏଫ କୋବ୍ରା ଏବଂ ଆନ୍ଧ୍ର ପୋଲିସର ଏକ ମିଳିତ ଅପରେସନ ଫଳରେ ସେଠାରୁ ବିପୁଳ ପରିମାଣର ଗୁଳିଗୋଳା, ମେସିନ ଗନ, ଇନସାସ ରାଇଫଲ, କାର୍ବାଇନ ଷ୍ଟେନଗନ, ଏସଏଲଆର ରାଇଫଲ, ୩୦୩ ରାଇଫନ, ପିସତଲ, ବିସ୍ଫୋରକ ଦ୍ରବ୍ୟ, କୋରଡେକ୍ସ ତାର, ଫ୍ଲେକ୍ସି ତାର, ଫ୍ଲାସ ଲାଇଟ, ୯ଏମଏମ ଗୁଳି ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି । ପୋଲିସ ପକ୍ଷରୁ ଏହି ଅପରେସନକୁ ଅନ୍ୟତମ ବୃହତମ ମାଓ ବିରୋଧି ଅପରେସନ ଥିଲା ବୋଲି କୁହାଯାଉଛି । ଏହି ଅପରେସନ ବିଚ୍ଛିନାଂଚଳରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରିଆସୁଥିଲେ । ଏହି ଅପରେସନ ପରେ ଜାନୁଆରୀ ୧୫ ତାରିଖରେ ମାଲକାନଗିରି ଏସପିଙ୍କ ନେତୃତ୍ୱରେ ଓଡିଶା ପୋଲିସ ବାହୀନ ଓ ମାଓବାଦୀ ମାନଙ୍କ ମଧ୍ୟରେ ଗୋଇଗୁଣ୍ଡା ଗ୍ରାମ ନିକଟରେ ଗୁଳି ବିନିମୟ ହୋଇଥିଲା । ଏହି ଘଟଣା ପରେ ସ୍ୱାଭିମାନ ଅଂଚଳ ଓ ଆଖପାଖ ଅଂଚଳରେ ଖାନତଲାସି କରାଯାଇ ଏହି ସବୁ ମାଓ ସାମଗ୍ରୀ ଜବତ କରାଯାଇଛି । ଏହି ଅସ୍ତ୍ରଶସ୍ତ୍ର ଗୁଡିକ ଅତୀତରେ ମାଓବାଦୀ ମାନେ ପୋଲିସ ନିକଟରୁ ଲୁଟି ନେଇଥିବା ସନେ୍ଦହ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

10 − five =