ଆଇଏଏସ ସ୍ତରରେ ବଡ ଅଦଳ ବଦଳ, ବଦଳିଲେ 9 ଜିଲ୍ଲାପାଳ

ଭୁବନେଶ୍ୱର ()  ଆଇଏଏସ୍‍ ଓ ଓଏଏସ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । 9 ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ବଦଳାଯାଇଛି ।

୨୦୦୨ ବ୍ୟାଚ୍‍ ଆଇଏଏସ୍‍ ଅର୍ଚ୍ଚନା ପଟ୍ଟନାୟକ ହେଲେ ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି । ଶ୍ରମୀତୀ ପଟ୍ଟନାୟକଙ୍କୁ ଜଳସମ୍ପଦକ ବିଭାଗର ଅତିରିକ୍ତ ଭାବେ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି । ୨୦୦୪ ବ୍ୟାଚ୍‍ ଆଇଏଏସ୍‍ ନିରଞ୍ଜନ ସାହୁ ହେଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ । ଶ୍ରୀ ସାହଙ୍କୁ ଅତିରିକ୍ତ ଭାବେ ଶ୍ରମ କମିଶନର ଦାୟିତ୍ୱ ଦିଆଯାଇଛି ।

ସେହିଭଳି ୨୦୦୪ ବ୍ୟାଚ୍‍ ଆଇଏଏସ୍‍ ପ୍ରଶାନ୍ତ କୁମାର ସେନାପତି ହେଲେ ଇନ୍ସପେକ୍ଟର ଜେନେରାଲ, ପଞ୍ଜିକରଣ । ୨୦୦୫ ବ୍ୟାଚ୍‍ ଆଇଏଏସ୍‍ ଦାଶରଥୀ ଶତପଥୀ ହେଲେ ଓଡିଶା ବିଧାନସଭାର ସଚିବ । ୨୦୦୫ ବ୍ୟାଚ୍‍ ଆଇଏଏସ୍‍ ନିର୍ମଳ ଚନ୍ଦ୍ର ମିଶ୍ର ହେଲେ ପର୍ଯ୍ୟଟନ ନିର୍ଦ୍ଦେଶକ ଓ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ । ଶ୍ରମ କମିଶନର ଅଞ୍ଜନ କୁମାର ମଲ୍ଲିକଙ୍କୁ ଅବକାରୀ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ପର୍ଯ୍ୟଟନ ନିର୍ଦେଶକ ବିଭୁତି ଭୂଷଣ ପଟନାୟକଙ୍କୁ ସମବାୟ ନିବନ୍ଧକ, ସମବାୟ ନିବନ୍ଧକ ତ୍ରିବିକ୍ରମ ପ୍ରଧାନଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ମହିଳା ଶିଶୁ କଲ୍ୟାଣ ଓ ମିଶନ ଶକ୍ତିର ନିର୍ଦେଶକ, କଟକ ମହାନଗର ନିଗମର କମିଶନର ଶରତ ଚନ୍ଦ୍ର ନାୟକଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଜାମିନୀ ଷଢଙ୍ଗୀଙ୍କୁ ଓଡିଶା ମେଡିକାଲ କର୍ପୋରେସନର ପରିଚାଳନା ନିର୍ଦେଶକ ଭାବେ ବଦଳି କରାଯାଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଭୁପେନ୍ଦ୍ର ପୁନିଆଙ୍କୁ ଓପେପାର ପ୍ରକଳ୍ପ ନିର୍ଦେଶକ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଜଗତସିଂହପୁର ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ୨୦୧୦ ବ୍ୟାଚ୍‍ ଆଇଏଏସ୍‍ ପ୍ରେମ ଚନ୍ଦ୍ର ଚୌଧୁରୀ ହେଲେ ବିଏମ୍‍ସି କମିଶନର । କେନ୍ଦ୍ରାପଡା ଜିଲ୍ଲାପାଳ ଥିବା ଶ୍ରୀ ଚୌଧୁରୀଙ୍କୁ ଅତିରିକ୍ତ ଭାବେ ସ୍ମାର୍ଟସିଟି ସିଇଓ ଦାୟିତ୍ୱ ଦିଆଯାଇଛି । ୨୦୧୧ ବ୍ୟାଚ୍‍ ଆଇଏଏସ୍‍ ସାମର୍ଥ ବର୍ମା ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ । ୨୦୧୧ ବ୍ୟାଚ୍‍ ଆଇଏଏସ୍‍ ରଘୁ ଜି ହେଲେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ । ୨୦୧୧ ବ୍ୟାଚ୍‍ ଆଇଏଏସ୍‍ ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ବାଲେଶ୍ୱର ଜିଲ୍ଲାପାଳ । ୨୦୧୨ ବ୍ୟାଚ୍‍ ଆଇଏଏସ୍‍ ସୁରେନ୍ଦ୍ର କୁମାର ମୀନା ହେଲେ ରାଜସ୍ୱ ବୋର୍ଡ ସଚିବ । ୨୦୧୨ ବ୍ୟାଚ୍‍ ଆଇଏଏସ୍‍ ପୋମା ଟୁଡୁ ହେଲେ କୋରାପୁଟ ଜିଲ୍ଲାପାଳ । ୨୦୧୩ ବ୍ୟାଚ୍‍ ଆଇଏଏସ୍‍ ମଧୁସ୍ମିତା ସାହୁ ହେଲେ ନୂଆପଡା ଜିଲ୍ଲାପାଳ । ୨୦୧୫ ବ୍ୟାଚ୍‍ ଆଇଏଏସ୍‍ ଅବଦଲ ଅଖତାର ହେଲେ ପିଡି ଡିଆରଡିଏ, କଟକ । ୨୦୧୫ ବ୍ୟାଚ୍‍ ଆଇଏଏସ୍‍ ଅନନ୍ୟା ଦାସ ହେଲେ କଟକ ମହନଗର ନିଗମର କମିଶନର ।

ବରିଷ୍ଠ ଓଏଏସ୍‍ ଅଫିସର ସ୍ତରରେ ମଧ୍ୟ ଅଦଳ ବଦଳ ହୋଇଛି । ଲଲାଟେନ୍ଦୁ ମିଶ୍ର ହେଲେ ବୌଦ ଜିଲ୍ଲାପାଳ । ବୌଦ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ଭବାନୀ ଶଙ୍କର ଚଇନୀ ହେଲେ କଟକ ଜିଲ୍ଲାପାଳ । ତାଙ୍କୁ କଟକ ଉନ୍ନୟନ ନିଗମର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସଂଗ୍ରାମ କେଶରୀ ମହାପାତ୍ର ହେଲେ ଜଗତ୍‍ସିଂହପୁର ଜିଲ୍ଲାପାଳ । ଜ୍ୟୋତି ରଞ୍ଜନ ପ୍ରଧାନ ହେଲେ ଝାରସୁଗୁଡା ଜିଲ୍ଲାପାଳ । ଜ୍ୟୋତି ପ୍ରକାଶ ଦାସ ହେଲେ ବୟନଶିଳ୍ପ ନିର୍ଦ୍ଦେଶକ ଓ ବୟନିକାର ପରିଚାଳନା ନିର୍ଦ୍ଦେଶକ । କୃପାସିନ୍ଧୁ ମିଶ୍ର ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ । ଲକ୍ଷ୍ମୀଧର ମହାନ୍ତି ହେଲେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ । ରମେଶ ଚନ୍ଦ୍ର ରାଉତ ହେଲେ ଇଏସ୍‍ଆଇ ନିର୍ଦ୍ଦେଶକ । ଝାରସୁଗୁଡା ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ହେଲେ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ।

Share

Leave a Reply

Your email address will not be published. Required fields are marked *

twelve + 20 =