966 ସ୍କୁଲରେ ପଡିବ ତାଲା

ଭୁବନେଶ୍ବର () ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛ୍ତି । 10ରୁ କମ ଉପସ୍ଥାନ ହାର ଥିବା ସ୍କୁଲକୁ ବନ୍ଦ କରିଦିଆଯିବ । ଏହିସବୁ ସ୍କୁଲର ଛାତ୍ରଛାତ୍ରୀମାନେ ଅନ୍ୟ ସ୍କୁଲରେ ପଢିବେ । ସେଥିପାଇଁ ସେମାନଙ୍କୁ ଗସ୍ତ ଖର୍ଚ୍ଚ ମଧ୍ୟ ଦିଆଯିବ । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ସୂଚନା ଦେଇଛନ୍ତି ।

ବନ୍ଦ ହେବାକୁ ଥିବା ସ୍କୁଲର ଛାତ୍ରଛାତ୍ରୀମାନେ ଗୋଟିଏ କିଲୋମିଟର ଭିତରେ ଥିବା ସ୍କୁଲରେ ପାଠ ପଢିବେ। ଏଥିପାଇଁ ପରିବହନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଯେଉଁ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାପନ ହାର 75 ପ୍ରତିଶତ ଥିବ ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ପ୍ରତି ମାସ 6ଶହ ଟଙ୍କା ଲେଖାଏଁ ପଠାଯିବ। ଏହି ସହାୟତା 10 ମାସ ପାଇଁ ଦିଆଯିବ। ସେହିପରି 50 ରୁ 74 ପ୍ରତିଶତ ଉପସ୍ଥାପନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ 400 ସହ ଟଙ୍କା ଲେଖାଏଁ ଦିଆଯିବ। ସେହିପରି 30 ରୁ 49 ପ୍ରତିଶତ ଉପସ୍ଥାପନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମାସିକ 300 ଟଙ୍କା ଲେଖାଏଁ ଦିଆଯିବ। 30ରୁ କମ ଉପସ୍ଥାପନ ଥିବା ଛାତ୍ରଛାତ୍ରୀଙ୍କୁ ଗସ୍ତ ଖର୍ଚ୍ଚ ମିଳିବ ନାହଁ।

Share

Leave a Reply

Your email address will not be published. Required fields are marked *

four × 4 =