ଜଗନ୍ନାଥର ହେବ ଅସ୍ତ୍ରୋପଚାର

ଭୁବନେଶ୍ୱର: ଭୀମଟାଙ୍ଗି ହାଉସିଂ ବାର୍ଡରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ଓରଫ୍ ରିଙ୍କି ହତ୍ୟା ଘଟଣାରେ ପୁଲିସ୍କୁ ସଠିକ୍ ତଥ୍ୟ ପାଇବାରେ ବିଳମ୍ବ ହେବ । କାରଣ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ଅସ୍ତ୍ରୋପଚାର ହେବ । ତାଙ୍କର ବାମ ହାତ ଶିରା କଟି ଯାଇଛି । ଏବେ ସେ ଆଇସିୟୁରେ ଅଛନ୍ତି । ଆହୁରି କିଛି ଦିନ ହସ୍ପିଟାଲ୍ରେ ରହିବେ ବୋଲି କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏୟାରଫିଲ୍ଡ ଥାନାକୁ ଜଣାଇ ଦେଇଛନ୍ତି ।

ଗତ ୬ ତାରିଖରେ ଜଗନ୍ନାଥ ଅତି ନିର୍ମମ ଭାବେ ରିଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ ଦୁଇ ହାତ କଟି ଦେଇଥିଲେ । ପୁଲିସ୍ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା । ସେତେବେଳେ ଜଗନ୍ନାଥଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖା ଯିବା ସହ ଦୁଇ ହାତରେ ଏକାଧିକ ଷ୍ଟିଚ୍ ପଡିଥିଲା । ଗୁରୁବାର ଦୁଇ ହାତ ଷ୍ଟିଚ୍ ଖେଲା ଯାଇଥିଲା । ଏହି ସମୟରେ ଜଣାପଡିଥିଲା ତାଙ୍କ ବାମ ହାତ ଏକ ଶିରା ସମ୍ପୂର୍ଣ୍ଣ କଟି ଯାଇଛି । ଯାହାର ଅପରେସନ୍ ନିହାତି ଆବଶ୍ୟକ । ସେଥିପାଇଁ ତାଙ୍କୁ ଆହୁରି କିଛି ଦିନ ହସ୍ପିଟାଲ୍ରେ ରଖିବାକୁ ହେବ । ଆସନ୍ତା ଦୁଇ ଦିନ ମଧ୍ୟରେ ଉକ୍ତ ଶିରାର ଅସ୍ତ୍ରୋପଚାର କରାଯିବ । ଶୁକ୍ରବାର ଦିନ ଶଲ୍ୟ ବିଭାର ଡାକ୍ତରମାନେ ଦେଖିବା ପରେ ଜଣାପଡିବ ଏହି ଅସ୍ତ୍ରୋପଚାର କ୍ୟାପିଟାଲ୍ ହସ୍ପିଟାଲ୍ରେ ହେବ ନାଁ ଅନ୍ୟ କେଉଁଠି । ଯଦି କ୍ୟାପିଟାଲ୍ ହସ୍ପିଟାଲ୍ରେ ହୋଇ ନପାରେ ତା’ହେଲେ ଏମ୍ସରେ କରାଯାଇପାରେ ।



Share

Leave a Reply

Your email address will not be published. Required fields are marked *

fourteen − ten =