ମହାବଳ ନୁହେଁ କଲରାପତରିଆ

ହତ୍ୟାର କାରଣ ଅସ୍ପଷ୍ଟ

ଭୁବନେଶ୍ବର () ବାଘକୁ ନେଇ ଏବେ ଚିନ୍ତାରେ ପଡିଛି ବନ ବିଭାଗ। ଗତକାଲି ଦେବ୍ରିଗଡ଼ ଅଭୟାରଣ୍ୟରେ ମୄତ୍ୟୁ ବରଣ କରିଥିବା ବାଘ ମହାବଳ ନୁହେଁ, ଏହା ଏକ କଲରାପତରିଆ। ୨୦ ଦିନ ପୂର୍ବରୁ ଏହି ବାଘର ମୄତ୍ୟୁ ହୋଇଛି। ଜଙ୍ଗଲ ମଧ୍ୟରୁ ନମୁନା ସଂଗ୍ରହ କରି ଫରେନସିକ ଲାବକୁ ପଠାଯାଇଛି। ରିପୋର୍ଟ ଆସିଲା ପରେ ଏହା ଚିତାବାଘ କି ନାହିଁ ତାହା ନିଶ୍ଚିତ ହେବ। ତେବେ ପ୍ରାଥମିକ ତଦନ୍ତରୁ ଏହା ଚିତାବାଘ ବୋଲି ଜଣାପଡିଥିବା କହିଛନ୍ତି ପିସିସିଏଫ ଓ୍ଵାଇଲଡ ଲାଇଫ।

ବାଘ ମୄତ୍ୟୁର କାରଣ ଏବେ ବି ଅସ୍ପଷ୍ଟ। ବାଘଟି ଶିକାରୀ ଗୁଳିର ଶିକାର ହୋଇଛି ନା ଫାଶରେ ପଡି ମରିଛି ନା ଅନ୍ୟ ବାଘ ଆକ୍ରମଣ କରିଛନ୍ତି ତାହା ପରୀକ୍ଷା ରିପୋର୍ଟରୁ ହିଁ ଜଣାପଡିବ। ଯଦିଓ ବାଘର ନଖ ଓ ଦାନ୍ତ କିଛିଟା ନାହିଁ ତେବେ ଆଉ କିଛି ମଧ୍ୟ ଜଙ୍ଗଲରେ ପଡି ରହିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

one × one =