ବଢିବ ନନ୍ଦନକାନନ, ଭତରକନିକା

ଭୁବନେଶ୍ବର () ଭିତରକନିକା ଅଭୟାରଣ୍ୟ ନିକଟସ୍ଥ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଅଭୟାରଣ୍ୟକୁ ଲାଗି ୪୧୦ ଗାଁ ରହିଛି। ଏହି ଗାଁର କେତେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ଓ୍ଵାଇଲଡ ଲାଇଫ ବୋର୍ଡକୁ ପ୍ରସ୍ତାବ ପଠାଯାଇଛି। କିଛି ଗାଁ ଅଭୟାରଣ୍ୟ ସୀମାରେ ରହିବ ଆଉ କିଛି ଗାଁ ପାଚେରୀ ବାହାରକୁ ସ୍ଥାନାନ୍ତର କରାଯିବ ତାର ନିଷ୍ପତ୍ତି ବୋର୍ଡ ନେବ। ଦ୍ବିତୀୟ ପ୍ରସ୍ତାବ ହେଉଛି ନନ୍ଦନକାନନ ପରିସର ବୄଦ୍ଧି। ଏବେ ନନ୍ଦନକାନନ ପରିସର ୪୦୦ ହେକ୍ଟର ରହିଛି। ଏହାର ପାର୍ଶ୍ବରେ ଥିବା ଚୂଡଙ୍ଗ ପାହାଡର ୬୦୦ ହେକ୍ଟର ଜମି ନନ୍ଦନକାନନରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହା ହେଲେ ପରିସର ୧୦୦୦ ହେକ୍ଟର ହେବ। ଯାହାକି ଗୋଟିଏ ରାଜ୍ୟରୁ ବନ୍ୟଜନ୍ତୁ ସ୍ଥାନାନ୍ତର କରିବା ସୁବିଧା ହେବ। ଓ୍ଵାଇଲଡ ଲାଇଫ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ।

Share

Leave a Reply

Your email address will not be published. Required fields are marked *

12 + 18 =