ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ କୋଦଳାବାସୀ

ଗଞ୍ଜାମ: ରାଜ୍ୟରେ କ୍ରୀଡ଼ାବିତମାନଙ୍କୁ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ସୁନିଶ୍ଚିତ କରିବା ପାଇଁ ୮୯ଟି ସହରରେ ଇନଡୋର୍ ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୬୯୩.୩୫ କୋଟି ବ୍ୟୟ ଅଟକଳ ହୋଇଥିବା ବେଳେ ଆବଶ୍ୟକ ସ୍ଥଳେ ଏହାକୁ ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ ଚିକିତ୍ସାଳୟ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି କ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ପ୍ରଚେଷ୍ଟା ରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ମଧ୍ୟ ମିଳିଛି ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ । ଗ୍ରାମାଞ୍ଚଳ ରେ କ୍ରୀଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ନୂତନ ପଦକ୍ଷେପ କୁ ସବୁ ମହଲରେ ସ୍ୱାଗତ କରାଯାଉଛି । ଆଜି କୋଦଳା ଏନଏସି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ଉପସ୍ଥିତି ରେ କୋଦଳା ବାସିଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଯାଇଛି । ଏହି ଇନଡୋର ଷ୍ଟାଡିଅମ ପାଇଁ ୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଧାୟିକା ଅଞ୍ଚଳ ର ଖେଳାଳୀ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସାମନାକୁ ଆଣିବା ପାଇଁ ଏହା ଏକ ପ୍ରକୃତ ମାଧ୍ୟମ ହେବ ବୋଲି କହିବା ସହିତ ଉପସ୍ଥିତ ଖେଳାଳି ମାନଙ୍କୁ ବିଭିନ୍ନ ଖେଳ ସାମଗ୍ରୀ, ଜର୍ଶୀ ଓ଼ କିଛି ପୁସ୍ତକ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଛନ୍ତି । ଏଥିସହ କୋଦଳା ବାସୀଙ୍କ ଉପରେ ଆସ୍ଥା ଓ଼ ବିଶ୍ୱାସ ରଖି ଏତେବଡ ପ୍ରକଳ୍ପ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱରେ ଅଞ୍ଚଳର ବିକାଶ କାର୍ଯ୍ୟ ଜାରିରହିବା ନେଇ ଆଲୋଚନା କରିଛନ୍ତି ବିଧାୟିକା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଦଳା ନଗର ସଭାପତି ସଂଜୀବ କୁମାର ସାହୁ,ବିଜେଡି ଏନଏସି ମହିଳା ସଭାପତି ସୁଜାତା ରାଣୀ ପ୍ରଧାନ, ଆଇନଜୀବୀ ତାରିଣୀ ଚରଣ ପଟ୍ଟନାୟକ, ବାର ସଭାପତି ବାଳକୃଷ୍ଣ ପଣ୍ଡା,ଙ୍କ ସମେତ, କାଉନସିଲର, ବିଜେଡି କର୍ମୀ ଓ଼ ଅଞ୍ଚଳ ର ସମସ୍ତ ଖେଳାଳି ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

12 + ten =