ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ପୁରିଲା ମାସେ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ପୁରିଛି ମାସେ । ଜୁଲାଇ ୧୨ ତାରିଖରେ ରାତି ୯ଟାରେ ଖବର ଆସିଥିଲା କି, ସରକାରୀ ବାସ ଭବନରେ ରହୁଥିବା ସୌମ୍ୟ ୯୦ ଶତକଡା ଫୋଡି ହୋଇ ଯାଇଛନ୍ତି । ତାଙ୍କୁ କଟକ ଏସସିବିକୁ ଅଣାଯାଇଥିଲା । କିନ୍ତୁ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ସୌମ୍ୟଙ୍କ ମୃତ୍ୟୁକୁ ନେଇ ଆଜି ବି ଲାଗି ରହିଛି ସସପେନ୍ସ । ତାଙ୍କ ମୃତ୍ୟୁ ଉପରୁ ଆଜିଯାଏଁ ଡଟିନି ପରଦା ।

ସୌମ୍ୟ ପୋଡ଼ି ହୋଇ ମୃତ୍ୟୁ ବରଣ କରିଥିବା ପୋଷ୍ଟମଟମ ରିପୋର୍ଟରେ ଉଲ୍ଲେଖ ରହିଥିଲା । ତେବେ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତିି ତାଙ୍କ ପରିବାର । ସୌମ୍ୟଙ୍କ ମୃତ୍ୟୁରେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସମ୍ପୃକ୍ତି ଥିବା ନେଇ ସୌମ୍ୟଙ୍କ ପରିବାର ବାରମ୍ବାର ଅଭିଯୋଗ କରିଛନ୍ତି । ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ କୁହାଯାଉଥିଲା । ସେପଟେ ଏହି ଘଟଣାକୁ ନେଇ ବିଜେଡିର ପାୱାରଫୁଲ ମନ୍ତ୍ରୀ ବିକ୍ରମ କେଶରୀଙ୍କୁ ମଧ୍ୟ ଟଣାଯାଇଥିଲା । ଡିଏଫଓଙ୍କ ସହ ବିକ୍ରମଙ୍କ ସମ୍ପର୍କ ଥିବାରୁ ଘଟଣା ଚାପି ହୋଇଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ତେବେ ତାଙ୍କ ମୃତ୍ୟୁ କେମିତି ହୋଇଥିଲା ତାହା କେବେ ଜଣା ପଡିବ ତାଉପରେ ରହିଛି ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

five × five =