ଯୁବତୀଙ୍କ ଉପରକୁ ପ୍ରେମିକର ଏସିଡ୍ ମାଡ଼

ଭୁବନେଶ୍ୱର: ପାଗଳ ପ୍ରେମିକର ଜଘନ୍ୟ କାଣ୍ଡ। ପ୍ରେମ ନିବେଦ କରି ବିଫଳ ହେବାରୁ ଯୁବତୀଙ୍କୁ ଉପରକୁ ଫିଲିଲା ଏସିଡ୍ ମାଡ଼ କଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଭୁବନେଶ୍ବର ଧଉଳି ଥାନା ଅନ୍ତର୍ଗତ ବାଲିଆପଡ଼ା ଗାଁରେ ଘଟିଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବିକ, ଯୁବକଙ୍କ ଜଣଙ୍କ ଜଣେ ଯୁବତୀଙ୍କୁ ଏକତରଫା କରି ପ୍ରେମକରୁଥିଲେ। ପରେ ପ୍ରେମ ନିବେଦନ କରି ବିଫଳ ହେବାରୁ ମୁଣ୍ଡକୁ ପିତ ଚଢ଼ିଯାଇଥିଲା। ଯାହାଫଳରେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ । ଶେଷରେ ପ୍ରେମ ନିବେଦନ କରିଥିବା ଯୁବତୀଙ୍କ ଉପରକୁ ଏସିଡ଼ ଫିଙ୍ଗିଛନ୍ତି ପ୍ରେମିକ । ଯୁବତୀଙ୍କ ଦେହରେ ଏସିଡ ପଡ଼ିବାରୁ କିଛି ଅଂଶ ପୋଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କୁ ଚିକିତ୍ସା ଜାରି ରହିଛି । ଏସିଡ ଫିଙ୍ଗିବା ପରେ ଯୁବକ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

thirteen + 17 =