କାଳିଆ ଯାଂଚ ସମୟ ବୃଦ୍ଧି, ଅଯୋଗ୍ୟଙ୍କୁ ମିଳିବନି ଦ୍ବିତୀୟ କିସ୍ତି

ଭୁବନେଶ୍ବର () କାଳିଆ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବଢାଇ ଦିଆଯାଇଛି । ଏହି ଯାଞ୍ଚର ଶେଷ ତାରିଖ ଥିଲା ୧୪ ଅଗଷ୍ଟ ବୁଧବାର ଥିଲା । କିନ୍ତୁ ଏହି ଅବଧି ବୃଦ୍ଧି ହୋଇ ଅଗଷ୍ଟ ୨୭ ଯାଏଁ ସମୟ ଦିଆଯାଇଛି । କାଳିଆ ଯୋଜନା ସମୀକ୍ଷା ପରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ କୃଷକମାନଙ୍କୁ ସହାୟତା ମାଧ୍ୟମରେ ସେମାନଙ୍କର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ପ୍ରଚଳନ କରିଛନ୍ତି । କିନ୍ତୁ ଏହି କାଳିଆ ଯୋଜନାରେ ଯେଉଁ ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶ ପାଇଥିଲା ସେଥିରେ ଅନେକ ଅଯୋଗ୍ୟ ହିତାଧିକାରୀ ଲାଭ ପାଇଛନ୍ତି ।

ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ଖୋଜି ବାହାର କରି ତାଲିକାରେ ସାମିଲ କରିବାକୁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇ ସମୟ ସୀମା ଦିଆଯାଇଥିଲା । କାଳିଆ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚର ଶେଷ ତାରିଖ ଥିଲା ଅଗଷ୍ଟ ୧୪ । କିନ୍ତୁ ଏହି ଅବଧିକୁ ଆଜି ବଢ଼ାଇ ଅଗଷ୍ଟ ୨୭ ଯାଏଁ ସମୟ ଦିଆଯାଇଛି ।

ଆସନ୍ତା ୨୭ରେ ପଞ୍ଚାୟତ, ୨୯ରେ ବ୍ଲକ ଓ ୩୧ରେ ଜିଲ୍ଲାସ୍ତରରେ ଯାଞ୍ଚ ଶେଷ କରାଯିବ । ବର୍ତମାନ ସୁଦ୍ଧା ୫୧ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧୩ ଲକ୍ଷଙ୍କୁ ଯାଞ୍ଚ କରାଯାଇଛି । ଏହା ସହ ଯେଉଁ ଅଯୋଗ୍ୟ ହିତାଧିକାରୀ ଏହି ତାଲିକାରେ ସ୍ଥାନ ପାଇ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି ସେମାନେ ପରବର୍ତୀ କାଳିଆ କିସ୍ତି ପାଇବେନି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + 12 =