ଆରପାରିରେ କୃଷ୍ଣା ରାଜ କପୁର

୮୭ ବର୍ଷୀୟା କୃଷ୍ଣା ରାଜ କପୁରଙ୍କର ଆଜି ସକାଳ ୪ଟା ସମୟରେ ନିଧନ ହୋଇଥିବା ସୂଚନା ମିଳିଛି । ଏହି ଦୁଃଖଦ ମୂହୁର୍ତରେ କପୁର ଖାନଦାନର ସମସ୍ତ ସଦସ୍ୟ ଜଣ ଜଣ କରି ଚମ୍ବୁର ସ୍ଥିତ ବଙ୍ଗଳାରେ ପହଂଚିଛନ୍ତି । ସେଠାରେ ତାଙ୍କର ପାର୍ଥୀବ ଶରୀର ରଖା ଯାଇଛି । କପୁର ପରିବାର ବ୍ୟତୀତ ବଲିଉଡର ସେଲିବ୍ରେଟି ମାନେ ଅନ୍ତିମ ଦର୍ଶନ ପାଇଁ ସେଠାରେ ପହଂଚିଛନ୍ତି ।
କୃଷ୍ଣାଙ୍କର ନିଧନରେ ବହୁ ସିନେ ତାରକା ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ଅଭିନେତା ଅମିର ଖାନ୍ ଲେଖିଛନ୍ତି ଯେ, ଯଦି ରାଜ କପୁର ଫିଲ୍ମ ମେକିଙ୍ଗ୍ ସଂସ୍ଥା ହୁଅନ୍ତି ତେବେ କୃଷ୍ଣା ଜଣେ ଜୀବନ ବଂଚିବାର ସଂସ୍ଥା ଥିଲେ । ଆମ ସମସ୍ତଙ୍କ ପାଇଁ ଏହା ବଡ କ୍ଷତି । ରଣଧୀର, ଋଷି, ଚିମ୍ପୁ, ଋତୁଙ୍କୁ ସେ ସମବେଦନା ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two + thirteen =