ପୁଣି ଖଟିଆରେ ବୁହାହେଲେ ରୋଗୀ

କେନ୍ଦୁଝର: ପୁଣି ଖଟିଆରେ ବୁହା ହେଲେ ରୋଗୀ । ରାସ୍ତା ଖରାପ ଯୋଗୁଁ ଘର ପାଖକୁ ଯାଇପାରିଲାନି ଆମ୍ବୁଲାନ୍ସ । ପରିବାର ଲୋକ ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ମିଶି ପାଖାପାଖି ୨ କିଲୋମିଟର ପର‌୍ୟ୍ୟନ୍ତ ବୋହିବା ପରେ ଆମ୍ବୁଲାନ୍ସରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଲେ ଭାଲୁ ଆକ୍ରମଣରେ ଆହତ ବ୍ୟକ୍ତି । କେନ୍ଦୁଝର ଜିଲ୍ଲା ସୀମାନ୍ତ ଠାକୁରମୁଣ୍ଡା ବ୍ଲକ ଭାଲିଆଡାଳ ଗ୍ରାମର ସଲାଇ କାଣ୍ଡିଆ ଆଜି ସକାଳେ ଭାଲୁ ଆକ୍ରମଣରେ ଆହତ ହୋଇଥିଲେ ।
ଡ଼ାକ୍ତରଖାନା ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସଙ୍କୁ ଖବର ଦେଇଥିଲେ । ଠିକ୍ ସମୟରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲେ ମଧ୍ୟ ଖରାପ ରାସ୍ତା ଯୋଗୁଁ ସଲାଇ କାଣ୍ଡିଙ୍କ ଘର ପାଖକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା । ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଏବଂ ପରିବାର ଲୋକେ ଷ୍ଟ୍ରେଚରରେ ପାଖାପାଖି ୨ କିଲୋମିଟର ବୋହି ଆଣି ଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

Share

Leave a Reply

Your email address will not be published. Required fields are marked *

fourteen + eighteen =