କେରଳ ବନ୍ୟା ପୀଡିତାଙ୍କ ପାଇଁ ମାସକର ଦରମା ଦେଲେ କଂଗ୍ରେସ ଓ ଆପ ବିଧାୟକ

ନୂଆଦିଲ୍ଲୀ: କେରଳରେ ବନ୍ୟାରେ ହୋଇଥିବା କ୍ଷତିକୁ ଦେଖି କଂଗ୍ରେସର ସବୁ ସାଂସଦ, ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ଗୋଟିଏ ମାସର  ଦରମା ରାଜ୍ୟର ବନ୍ୟା ପୀଡିତାଙ୍କ ସହାୟତା ଦେବେ ବୋଲି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଷ୍ପତ୍ତି ନେଇଛନ୍ତି। ପାର୍ଟିର ମହାସଚିବ, ରାଜ୍ୟ ପ୍ରଭାରୀ, ପ୍ରଦେଶ ଅଧ୍ୟକ୍ଷ ଓ ବିଧାୟକ ଦଳର ନେତାଙ୍କ ସହିତ ବୈଠକରେ  କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ପାର୍ଟିର ନେତା ଏବଂ କାର୍ୟ୍ୟକର୍ତ୍ତା କେରଳ ଏବଂ ଅନ୍ୟ ରାଜ୍ୟରେ ଆସିଥିବା ବନ୍ୟା ପୀଡିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରନ୍ତୁ। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ଦାବି ମଧ୍ୟ କରିଛନ୍ତି। ବୈଠକ ପରେ ପାର୍ଟିର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ଵାଲା ସାମ୍ବାଦିକଙ୍କୁ କହିଛନ୍ତି ଯେ ଆଜି ବୈଠକରେ ପୂରା ବନ୍ୟା ବିଷୟରେ ଆଲୋନଚା କରାଯାଇଛି। ଅନ୍ୟ ପଟେ ଆମ୍ ଆଦମୀ ପାର୍ଟି(ଆପ୍)ର ସମସ୍ତ ସାଂସଦ, ବିଧାୟକ ଓ ମନ୍ତ୍ରୀ କେରଳ ବନ୍ୟା ପୀଡିତଙ୍କ ସାହାଯ୍ୟ ପାଇଁ ନିଜର ଏକ ମାସର ଦରମା ଦେବାକୁ ଘୋଷଣା କରିଛନ୍ତି। କେରଳରେ ଭୟାବହ ବନ୍ୟାରେ ୧୯୪ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିଓ୍ଵାଲ ଗତକାଲି ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ।

Share

Leave a Reply

Your email address will not be published. Required fields are marked *

15 + 1 =