ଗତ ତିନିଦିନ ହେବ ରାଜରାସ୍ତାରେ ଶିକ୍ଷକ

ଭୁବନେଶ୍ୱର:  ତିନି ଦିନ ହେଲା ରାଜଧାନୀ ରାଜରାସ୍ତାରେ ପଡ଼ି ରହିଛନ୍ତି ଶିକ୍ଷକ ଓ ଅଧ୍ୟାପକ । ବ୍ଲକ୍‌ ଗ୍ରାଣ୍ଟ୍‌ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ଓଡ଼ିଶା ସ୍କୁଲ କଲେଜ ମିଳିତ କର୍ମଚାରୀ ମଂଚର ଆନ୍ଦୋଳନ ଜାରୀ ରହିଛି । ତେବେ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ପିଲାଙ୍କ ପାଠପଢ଼ା ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର ସ୍ୱୀକାର କରିଛନ୍ତି । ସେପଟେ ଦାବି ପୂରଣ ନ ହେଲେ ଆସନ୍ତାକାଲି ସମସ୍ତ ସ୍କୁଲ ଓ କଲେଜରେ ଶିକ୍ଷାଦାନକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ମଂଚ ଚେତାବନୀ ଦେଇଛନ୍ତି । ତେବେ ଆନ୍ଦୋଳନକାରୀ ଶିକ୍ଷକଙ୍କୁ ମନାଇବାକୁ ଚେଷ୍ଟା ଜାରି ରଖିଛନ୍ତି ସରକାର । ଆଜି ମୁଖ୍ୟ ଶାସନ ସଚିବ ଓ ଶିକ୍ଷକ ସଂଘ ମଧ୍ୟରେ ଆଲୋଚନା କରାଯାଉଛି । ଏହି ଆନ୍ଦୋଳନ ପିଲାଙ୍କ ପାଠପଢ଼ା ଉପରେ ପ୍ରଭାବ ପକାଇଛି ବୋଲି ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ସମସ୍ୟାର ସମାଧାନ ପାଇଁ ପ୍ରୟାସ ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

Share

Leave a Reply

Your email address will not be published. Required fields are marked *

one × 1 =