ବେଇମାନ ପ୍ରେମିକ

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଡାଙ୍ଗମାଳ ପଚାଂୟତର ଛବି (ଛଦ୍ମନାମ) ଜୈନିକା ଯୁବତୀ ସହିତ ଅନ୍ତରଙ୍ଗ ମୁହୁର୍ତର ଭିଡିଓ ଏବଂ ଫଟୋ ଭାଇରାଲ ନକରିବାକୁ ୨୦ହଜାର ଟଙ୍କା ମାଗି ବ୍ଲକମିଲିଂ କରିବା ଘଟଣା ମହଙ୍ଗା ପଡିଛି । ସଂପୃକ୍ତ ଯୁବକକୁ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଧରିବାରେ ସକ୍ଷମ ହୋଇଥିବା ଜଣାପଡିଛିା

ଗିରଫ ହୋଇଥିବା ଯୁବକ ହେଲା ଯାଜପୁର ସଦର ଥାନା ବାଲିସାହି ଅଞ୍ଚଳର ଯୁବକ ଧନୟ ବିଶ୍ୱାସ । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି । ଧନୟ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା । ଆଉ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମିକା ସହ ରଖିଥିଲା ଶାରିରୀକ ସମ୍ପର୍କ । ଆଉ ଶେଷରେ ପ୍ରତାରକ ସାଜିଛି ବେଇମାନ ପ୍ରେମିକ । ଅନ୍ତରଙ୍ଗ ମୂହୂର୍ତ୍ତର ଭିଡ଼ିଓ ଓ ଫଟୋକୁ ଭାଇରାଲ କରାଇ ଦେବାକୁ ଧମକ ଦେଇଛି ଧନୟ । ୨୦ ହଜାର ଟଙ୍କା ନଦେଲେ ସୋସିଆଲ ମିଡିଆରେ ଛାଡ଼ିଦେବାକୁ କହିଥିଲା । ତେବେ ଯୁବତୀଙ୍କ ବାପା ଏନେଇ ସାମୁଦ୍ରକି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଟ୍ରାକ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।

Share

Leave a Reply

Your email address will not be published. Required fields are marked *

eighteen + 16 =