ଶିକ୍ଷାନୁଷ୍ଠାନରେ ଏସଓପି କଡ଼ାକଡ଼ି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ | ରାଜଧାନୀର ଶିକ୍ଷାନୁଷ୍ଠାନ ଗୁଡିକରେ ଦେଖାଦେଲାଣି କରୋନା ସଂକ୍ରମଣର ଭୟ । ତେବେ ଆଜି ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କରୋନା ପଜିଟିଭ ବାହାରିବା ପରେ ଚିନ୍ତା ଆହୁରି ବଢ଼ିଯାଇଛି। ସେପଟେ କେନ୍ଦ୍ରୀୟ ବିଦ୍ୟାଳୟରେ କରୋନା ପଜିଟିଭ ବାହାରିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ମନ୍ତ୍ରୀ କହିଛନ୍ତି କି, ଏପର୍ଯ୍ୟନ୍ତ ସରକାରୀ ସ୍କୁଲ ଏବଂ ହଷ୍ଟେଲରେ ଏଯାବତ କୌଣସି ପଜିଟିଭ ବାହାରି ନାହିଁ। କାରଣ ସେଠାରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସଓପି କଡ଼ାକଡ଼ି ଭାବେ ପାଳନ କରାଯାଉଛି। କିନ୍ତୁ କେନ୍ଦ୍ରୀୟ ସ୍କୁଲ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ କୋଭିଡ ଏସଓପିକୁ ଠିକ୍‌ ଭାବରେ ପାଳନ କରାଯାଉ ନଥିବାରୁ ସେଠାରେ କରୋନା ସଂକ୍ରମଣ ଚିହ୍ନଟ ହେଉଥିବା କଥା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେଥିପାଇଁ ସରକାରଙ୍କ ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସେହିଭଳି ପ୍ରାଇଭେଟ ସ୍କୁଲ ଗୁଡିକ ଉପରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଛନ୍ତି।ଆଗକୁ ଯେପରି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ନପାଇବ ସେଥିପ୍ରତି ଧ୍ୟାନ ରଖିଛି ବିଏମସି |

Share

Leave a Reply

Your email address will not be published. Required fields are marked *

7 − 3 =