ଭାସିଗଲା ପୋଲ

କନ୍ଧମାଳ: ରାଜ୍ୟରେ ଜାରି ରହିଛି ବିପôାତ । ଲଗାଣ ବର୍ଷାରେ ବେହଲା ହେଲାଣି ପୁରା ରାଜ୍ୟ । ଲଗାଣ ବର୍ଷାରେ ନଦୀରେ ବଢ଼ିଛି ଜଳସ୍ତର । ଏହାରି ଭିତରେ ଏକ ପୋଲ ଭାସିଯାଇଥିବା ଦେଖିବାକୁ ମିଳିଛି । ବାଲିଗୁଡ଼ା ଗୁଞ୍ଜିବାଡ଼ି ପଞ୍ଚାୟତରୁ ବିରିଣ୍ଡାପଡ଼ାକୁ ସଂଯୋଗ କରୁଥିବା ପୋଲ ଭାସିଯାଇଛି । ପୋଲଟି ଭାସିଯିବାରୁ ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଲୋକ ପୋଲ ସେପଟେ ଫସି ରହିଛନ୍ତି । ତେବେ ବର୍ଷା କମିବା ପରେ ପୋଲ ମରାମତି କରାଯିବ ।

Share

Leave a Reply

Your email address will not be published. Required fields are marked *

4 × two =