୨୪ଘଣ୍ଟାରେ ୭ହଜାର ୯୦୦ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ() ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ୧୭୩୭୬୩ରେ ପହଂଚିଛି । ଏହା ସହ ୮୨୩୭୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏଯାବତ ୫୧୬୪ ଜଣ ପ୍ରାଣ ହରାଇ ସାରିଲେଣି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଆଇସିଏମଆର ସୂଚନା ଅନୁଯାୟୀ ଦେଶରେ ଆରୋଗ୍ୟ ସ୍ତର ଏବେ ୪. ୫୧ ରୁ ବଢି ୪୭.୪୦ରେ ପହଂଚିଛି । ଗତ ୨୪ଘଣ୍ଟା ଭିତରେ ଦେଶରେ ୭ହଜାର ୯୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ପଜିଟିଭ୍‌ ସଂଖ୍ୟା ଲକ୍ଷ ୭୩ହଜାର ଏନେଇ ଦ୍ୱେସହର କେତେକ ସହରରେ ଲକ ଡାଉନ ଅବଧିକୁ ଜୁନ ୧ ତାରିଖରୁ ୩୦ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି । ଗତ ୨୪ଘଣ୍ଟାରେ ୧୧ହଜାର ୨୬୪ଜଣ ଆରୋଗ୍ୟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୬୨ହଜାର ୨୨୮ଜଣ ଆକ୍ରାନ୍ତ ହୋଇଥିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × four =