ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ, ଜାଣନ୍ତୁ କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର: ପାଖେଇ ଆସୁଛି ସ୍ୱାଧିନତା ଦିବସ । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର‌୍ୟ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ ପାଇଁ ମୁଖ୍ୟ ଅତିଥିଙ୍କ ନାମ ଚୂଡ଼ାନ୍ତ ହୋଇଛି । କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ, ସେ ନେଇ ସୂଚନା ଜାରି କରାଯାଇଛି । ବରଗଡ଼ରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିବେ ।
କନ୍ଧମାଳରେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ଗଞ୍ଜାମରେ ପ୍ରଫୁଲ୍ଲ ମଲ୍ଲିକ, ପୁରୀରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକରେ ପଦ୍ମନାଭ ବେହେରା, ମୟୂରଭଞ୍ଜରେ ପ୍ରତାପ ଜେନା, ସୁନ୍ଦରଗଡ଼ରେ ଅରୁଣ କୁମାର ସାହୁ, ବଲାଙ୍ଗିରରେ ସୁଶାନ୍ତ ସିଂହ, କଳାହାଣ୍ଡିରେ ନବକିଶୋର ଦାସ, କୋରାପୁଟରେ ଟୁକୁନି ସାହୁ, ଗଜପତିରେ ଜଗନ୍ନାଥ ସାରକା, ନୂଆପଡ଼ାରେ ଦିବ୍ୟଶଙ୍କର ମିଶ୍ର, ସମ୍ବଲପୁରରେ ଅଶୋକ ଚନ୍ଦ୍ର ପଣ୍ଡା, ବାଲେଶ୍ୱରରେ ସମୀର ରଞ୍ଜନ ଦାଶ, ଅନୁଗୁଳରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୋନପୁରରେ ପ୍ରେମାନନ୍ଦ ନାୟକ, କେନ୍ଦୁଝରରେ ରଘୁନନ୍ଦନ ଦାସ, ମାଲକାନଗିରିରେ ପଦ୍ମିନୀ ଦିଆନ ଓ ନବରଙ୍ଗପୁରରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ ।
ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି, ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି ଜାତୀୟ ପତାକା ଉତ୍ତୋଳନ କରିବା କାର‌୍ୟ୍ୟକ୍ରମ ରହିଛି । ଖୋର୍ଦ୍ଧା, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ରାୟଗଡ଼ା ଓ ନୟାଗଡ଼ରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ବୋଲି ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

eleven + 7 =