ଓଡ଼ିଆ ପିଲାଙ୍କ ନିଯୁକ୍ତିଯୋଗ୍ୟ ଦକ୍ଷତା ନେଇ ପ୍ରଶ୍ନ

ଭୁବନେଶ୍ୱର: ରାଜ୍ୟର ୩୧% ଛାତ୍ରଛାତ୍ରୀ ନିଯୁକ୍ତି ପାଇଁ ଅଯୋଗ୍ୟ । ଅର୍ଥାତ ସେମାନେ ଯେଉଁ ଦକ୍ଷତା ଆହରଣ କରିଛନ୍ତି ତାହା ଭଲ ଚାକିରୀ ପାଇଁ ପର୍ଯାପ୍ତ ନୁହେଁ । ଦି ଇଣ୍ଡିଆ ସ୍କିଲଡ ରିପୋର୍ଟ ୨୦୨୧ରେ ଏଭଳି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ଇଂରାଜୀ ଭାଷା ହେଉ କିମ୍ବା କମ୍ୟୁଟର ଦକ୍ଷତା-ଆସାମ ଓ ମଧ୍ୟପ୍ରଦେଶଠାରୁ ଓଡିଶା ପଛରେ ରହିଛି । ଇଂରାଜୀ ଦ୍ୱିତୀୟ ଭାଷା ଭାବେ ପ୍ରଚଳିତ ରାଜ୍ୟଗୁଡିକ ମଧ୍ୟରେ ଓଡିଆଙ୍କ ଦକ୍ଷତା କମ ନୁହନ୍ତି ।

ଏଥିରେ ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଆସାମ, ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ପ୍ରଥମରୁ ଦଶମ ସ୍ଥାନରେ ରହିଛନ୍ତି । ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଚଳତବର୍ଷ ବଜେଟରେ ଶହେ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାସତ୍ୱେ ରାଜ୍ୟର ଛାତ୍ରଙ୍କ ଦକ୍ଷତା ସମ୍ପର୍କିତ ଇଣ୍ଡିଆ ସ୍କିଲସ ରିପୋର୍ଟ ଚିନ୍ତା ବଢାଇଛି । ନିଯୁକ୍ତି ଦକ୍ଷତା ଥିବା ପ୍ରମୁଖ ୧୦ଟି ରାଜ୍ୟରେ ଓଡିଶାର ସ୍ଥାନ ନାହିଁ । ଓଡ଼ିଶାର ଛାତ୍ରଛାତ୍ରୀ ଯେଉଁ ଦକ୍ଷତା ଆହରଣ କରିଛନ୍ତି, ତାହା ଭଲ ଚାକିରୀ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଇଂରାଜୀ ଭାଷା ଜ୍ଞାନ ହେଉ କିମ୍ବା କମ୍ପ୍ୟୁଟର ଦକ୍ଷତା କ୍ଷେତ୍ରରେ ଆସାମ ଓ ମଧ୍ୟପ୍ରଦେଶଠାରୁ ଓଡ଼ିଶାର ଛାତ୍ରଛାତ୍ରୀ ପଛରେ ଅଛନ୍ତି।

ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଚଳିତବର୍ଷ ବଜେଟରେ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏସବୁ ସତ୍ତ୍ୱେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ସଂପର୍କିତ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ଚିନ୍ତା ବଢ଼ାଇଛି। ଭୁବନେଶ୍ୱର ଦେଶର ଏକ ସ୍ମାର୍ଟସିଟି ହୋଇଥିଲେ ମଧ୍ୟ ଏହା ରୋଜଗାର କ୍ଷମତା ସହର ମାନଚିତ୍ରରେ ସ୍ଥାନ ପାଇନାହିଁ। ସହର ଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ ପ୍ରଥମ ସ୍ଥାନରେ ଥିବାବେଳେ ବେଙ୍ଗାଲୁରୁ ଦ୍ୱିତୀୟ, ପୁନେ ତୃତୀୟ, ନୂଆଦିଲ୍ଲୀ ଚତୁର୍ଥ ଏବଂ ଚେନ୍ନାଇ ପଞ୍ଚମ ସ୍ଥାନରେ ରହିଛନ୍ତି।ଏହି ରିପୋର୍ଟକୁ ଭାରତୀୟ ଶିଳ୍ପ ମହାଂସଘ ସିଆଇଆଇ, ଏଆଇସିଟିଇ ଏବଂ ୟୁଏନଡିପି ସହ ମିଶି ହ୍ୱିବକ୍ସ ପ୍ରସ୍ତୁତ କରିଛି । ଦେଶର ୬୫ ହଜାର ଛାତ୍ରଛାତ୍ରୀ ଏବଂ ୧୫ ପ୍ରକାର ଶିଳ୍ପର ୧୫୦ଟି କମ୍ପାନୀକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

13 + nineteen =