ନିରଂଜନଙ୍କ ଚେର କାଟିଲେ ଆର୍ଯ୍ୟ!

ଭୁବନେଶ୍ବର () ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରେସ ଇସ୍ତାହାରକୁ ନେଇ ଏବେ ସାମ୍ବାଦିକମାନେ ଚିନ୍ତାରେ ପଡିଯାଇଛନ୍ତି । ଏଭିତରେ ପିସିସି ସଭାପତି ପଦରୁ କେତେବେଳେ ନିରଂଜନ ପଟ୍ଟନାୟକ ହଟିଗଲେ ଆଉ ତାଙ୍କ ସ୍ଥାନ ନେଇଛନ୍ତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର । ଏକଥା କେମିତି ଗଣମାଧ୍ୟମ ଜାଣିପାରିଲା ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ନିରଂଜନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବାକୁ ଏତେବଡ ଉତ୍ସବର ଆୟୋଜନ ହୋଇଥିଲା ବେଳେ ଆର୍ଯ୍ୟ ବାବୁଙ୍କୁ ଶୁଭେଚ୍ଛା ତ ଦିଆଯାଇନି, କେତେବେଳେ ସେ ଓଡିଶା ପିସିସି ସଭାପତି ପଦ ମଣ୍ଡନ କଲେ ତାହା ବି ଜଣାପଡିଲାନି ।

ତେବେ ଏଥର ସଭାପତି ପଦ ପାଇଁ କିନ୍ତୁ କୌଣସି ଲବି ହୋଇନି କି ଦିଲ୍ଲୀ ଦୌଡ ହୋଇନି । ସଭାପତି ପଦ ପାଇଁ ପ୍ରତିଯୋଗିତା ବି ହୋଇନି । କିନ୍ତୁ ଦିଲ୍ଲୀରୁ ବୋଧହୁଏ ନିରଂଜନଙ୍କୁ ହଟେଇ ଏଭିତରେ ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କୁ ଦାୟିତ୍ବ ଦେଇଛନ୍ତି । ନା କଂଗ୍ରେସ ନେତା ନା କର୍ମୀ କେହି ଏହାର ସୁରାକ ପାଇନଥିଲେ । ଆଜି ପିସିସିର ଏକ ପ୍ରେସ ବିଜ୍ଞପ୍ତିରୁ ଏହା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଦାୟିତ୍ବ ନେବା ପରେ କଂଗ୍ରେସରେ ଅଣନିଶ୍ବାସୀ ହୋଇ ଆର୍ଯ୍ୟ ଜ୍ଞାନେନ୍ଦ୍ର ତୃଣମୂଳ କଂଗ୍ରେସକୁ ପଳେଇଥିଲେ । ଏବେ ପୁଣି ଥରେ ନିରଂଜନ ସଭାପତି ହେବାରୁ ସେ ତୃଣମୂଳ ଛାଡି କଂଗ୍ରେସକୁ ଫେରିଆସିଲେ । ଯେଉଁ ନିରଂଜନ ପଟ୍ଟନାୟକ ଆର୍ଯ୍ୟ ବାବୁଙ୍କୁ ଆଣି କଂଗ୍ରେସ ଭଳି ଜାତୀୟ ଦଳରେ ମିଶାଇଲେ ଆଉ ତାଙ୍କୁ ପିସିସି ଉପସଭାପତି ପଦ ଦେଲେ, ସେହି ଆର୍ଯ୍ୟବାବୁ ଯେ, ତାଙ୍କ ଚେର କାଟିଦେବେ ଏକଥା ସେ ବୋଧହୁଏ ଭାବିନଥିଲେ । ଯା ହେଉ, ନୂଆ ସଭାପତି ଭାବେ ଆର୍ଯ୍ୟ ବାବୁଙ୍କ ଆଗରେ ବହୁ ଚ୍ୟାଲେଂଜ ରହିବ, ଦେଖାଯାଉ ସେ କେମିତି ଏହାର ସମାଧାନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + thirteen =