‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା  ପଛରେ  ଅଛି  କେନ୍ଦ୍ର ସରକାରଙ୍କ  ଆଥିର୍କ ସହାୟତା   

ଭୁବନେଶ୍ବର: ଓଡିଶା ରାଜ୍ୟ ସରକାର ଅଗଷ୍ଟ ୧୫ ତାରିଖରୁ ଲାଗୁ କରିଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନାର ବାସ୍ତବତା ସାମନାକୁ ଆସିଛି। କେନ୍ଦ୍ର ସରକାରଙ୍କ ପାଣ୍ଠି ସହଯୋଗରେ ରାଜ୍ୟ ସରକାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଓ ଏଥିପାଇଁ କେନ୍ଦ୍ର ସରକାର ୭୦୦ କୋଟି ଟଙ୍କା ଦେବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨,୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌କୁ ଆଜି ବିଧାନସଭାରେ ଉପସ୍ଥାପନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ଏହା କହିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଚଳିତବର୍ଷ ମୋଟ ୨୦୭୫ କୋଟି ଟଙ୍କା ବ୍ୟୟ ହେବ। ଏଥିରେ ୧୩୭୫ କୋଟି ଟଙ୍କା ରାଜ୍ୟ ସରକାର ଓ ୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବେ।ରାଜ୍ୟ ଅର୍ଥ ସଚିବଙ୍କ ଏହି ସ୍ପଷ୍ଟୀକରଣ ପରେ କେନ୍ଦ୍ରର ସରକାରଙ୍କ ‘ଆୟୁଷ୍ମାନ ଯୋଜନା’କୁ ବିରୋଧ କରୁଥିବା ବିଜେଡି ସରକାରର ପ୍ରକୃତ ଚେହେରା ପଦାରେ ପଡ଼ିଯାଇଛି।

 

Share

Leave a Reply

Your email address will not be published. Required fields are marked *

four × five =