ବିଦ୍ୟୁତ ଆଘାତରେ ଆସି ଯୁବକ ମୃତ

କଟକ: ବିଦ୍ୟୁତ ତାର ଲାଗି ଚାଷ ବିଲରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ହେଲେ ଓଲଟ ପୁର ଥାନା ମଉଜୁପୁର ଗାଁର କୈଳାସ ବେହେରା । ବାରହା ମାରିବାକୁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଏଭଳି ଅଘଟଣ ଘଟିଥିବା ସୂଚନା। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ।
ସୂଚନାନୁଯାୟୀ, କଟକ ଜିଲ୍ଲା ଓଲଟପୁର ଥାନା ମଉଜୁପୁର ଗାଁର କୈଳାସ ବେହେରା ସକାଳୁ ସକାଳୁ କାକୁଡି ବିଲକୁ ଯାଇଥିଲେ। କାକୁଡ଼ି ବିଲରେ ବାରହା ମାରିବାକୁ ବିଦ୍ୟୁତ୍ ତାର ବିଛାଯାଇଥିଲା। ଏହି ତାର ଲାଗି କୈଳାସଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ କୈଳାସଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Share

Leave a Reply

Your email address will not be published. Required fields are marked *

7 − four =