ସଫେଇ କର୍ମଚାରୀଙ୍କ ଲାଗି ଦିନଟିଏ, ଆଜି ବିଶ୍ୱ ସଫେଇ କର୍ମୀ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ସଫେଇ କର୍ମୀ ଦିବସ । ସଫେଇ କର୍ମଚାରୀଙ୍କ ଲାଗି ଦିନଟିଏ । ସହରର ପରିବେଶକୁ ସୁସ୍ଥ ରଖିବାରେ ଏମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ମହାମାରୀ କରୋନା ସମୟରେ ଲୋକେ ଘରୁ ବାହାରୁନଥିବା ବେଳେ ଏମାନେ ନିଜ ଜୀବନକୁ ପାଣି ଛଡ଼ାଇ କାମରେ ଯୋଗ ଦେଇଛନ୍ତି । ଗ୍ଲୋବାଲ୍ ସଫେଇ କର୍ମୀ ଦିବସ ୨୦୧୧ ମସିହାରେ ଆରମ୍ଭ ହୋଇଥିଲା । ଆଉ ଏହାକୁ ଆରମ୍ଭ କରିଦେଇଥିଲେ ଜନ୍ ଅରଉଡ୍ । ସେ ଜଣେ ଆକେରିକାନ୍ ବ୍ୟବସାୟୀ ହୋଇଥିବା ବେଳେ ଜେଡିଏ ନାମକ ଏକ କମ୍ପାନୀର ସେ ସିଇଓ ଅଟନ୍ତି ।

ଯିଏକି ଅଳିଆ ଆବର୍ଜନାକୁ ଫୋପାଡିବା ଠାରୁ ଆରମ୍ଭ କରି ସେଗୁଡିକୁ କିପରି ନଷ୍ଟ କରିବା, ଏହି ଦିଗକୁ ନେଇ କାମ କରନ୍ତି । ତାଙ୍କର ଛୋଟ ବେଳରୁ ହିଁ ପ୍ରକୃତିକୁ ସଫା ରଖିବା ପ୍ରତି ଆକର୍ଷଣ ଜାଗି ଉଠିଥିଲା । ଆଉ ବଡ ହେବା ପରେ ସେ ସେହି ଇଚ୍ଛାକୁ ପେସାରେ ପରିବର୍ତ୍ତନ କରିଛନ୍ତି । ତାଙ୍କ ବ୍ୟବସାୟ ବିଭିନ୍ନ ଦେଶରେ ଭଲ ବଢ଼ିବାରୁ ସେ ଅତ୍ୟନ୍ତ ଖୁସି ଥିଲେ । ହେଲେ ସେ ଅନୁଭବ କରିଥିଲେ ଯେ, ଅଳିଆକୁ ହାତରେ ଉଠାଇ ଗଳି କନ୍ଦିକୁ ସଫା କରୁଥିବା ସଫେଇ କର୍ମୀଙ୍କୁ ଖୁବ୍ ହେୟଜ୍ଞାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

nine − 4 =