ଭୁବନେଶ୍ୱରରେ ଟ୍ରାଫିକ୍‌ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱରରେ ଟ୍ରାଫିକ୍‌ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ ଭି.କେ. ପାଣ୍ଡିଆନ। ଶିଶୁଭବନ ଛକ, ରବି ଟକିଜ ଓ କଳ୍ପନା ଛକ ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବେହେରା ସାହି ଛକ, ରସୁଲଗଡ଼ ଓ ଆଇଗିଣିଆ ଛକ ମଧ୍ୟ ବୁଲି ସ୍ଥିତି ପରଖିଛନ୍ତି 5T ସଚିବ। ଭି.କେ. ପାଣ୍ଡିଆନଙ୍କ ସହ ପୋଲିସ କମିଶନର, ପୂର୍ତ୍ତ ସଚିବ ଓ BMC କମିଶନର ସାଙ୍ଗରେ ଥିଲେ। ରାଜଧାନୀରେ ଦିନକୁ ଦିନ ଜନ ସଂଖ୍ୟା ସହ ଗାଡି ମୋଟର ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

fifteen + 3 =