ବଜେଟରେ ଗରିବ,ଚାଷୀ ଓ ମଧ୍ୟବିତଙ୍କୁ ଖୁସି କରିବା ପ୍ରୟାସ

ନିର୍ବାଚନ ପୂର୍ବରୁ ମୋଦି ସରକାର ସଂସଦରେ ଉପସ୍ଥାପନ କରିଥିବା ଶେଷ ବଜେଟରେ ଗରିବ ମଧ୍ୟବିତ୍ତ ଓ ଚାଷୀ ମାନଙ୍କୁ ଖୁସି କରିବା ପାଇଁ କରିଛନ୍ତି ଅନେକ ଘୋଷଣା । ଆୟକର ଛାଡ ସୀମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ କରାଯାଇଥିବା ବେଳେ ଓଡିଶାରେ କାର୍ଯ୍ୟକାରୀ ହେଉଥିବା କାଳିଆ ଭଳି କେନ୍ଦ୍ର ସରକାର ନୂଆ କୃଷକ ରୋଜଗାର ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଦେଶର ୧୨କୋଟି ଚାଷୀଙ୍କୁ ବାର୍ଷିକ ୬ହଜାର ଟଙ୍କା ରୋଜଗାର ସୁବିଧା ପ୍ରଦାନ କରାଯିବ । ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଏହି ଟଙ୍କା ଯିବ । ସେହିପରି ଶ୍ରମିକ ମାନଙ୍କୁ ପେନସନ ପ୍ରଦାନ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one + eighteen =