ଦେଶର ପ୍ରଥମ ଦକ୍ଷତା ସଂଗ୍ରହାଳୟ

ଭୁବନେଶ୍ବର (): ଭାରତ ପ୍ରଥମ ଦକ୍ଷତା ସଂଗ୍ରହାଳୟ କଟକ ସ୍ଥିତ ସରକାରୀ ଆଇଟିଆଇ ଖପୁରିଆରେ ଉଦଘାଟିତ ହୋଇଯାଇଛି । ଏହି ସଂଗ୍ରହାଳୟକୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୨୬୦୦ ବର୍ଗ ଫୁଟ ମଧ୍ୟରେ ନିର୍ମିତ ଏହି ସଂଗ୍ରହାଳୟ ବର୍ତ୍ତମାନ ଓ ଆଗମୀ ପିଢି ପାଇଁ ଦକ୍ଷତା ବଢାଇବା କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେବଳ ଆଇଟିଆଇ ଜରିଆରେ ଦକ୍ଷତା ବିକାଶର ଯୁଗ ସରିଲା । ଏବେ ଭବିଷ୍ୟତର ଯାନ୍ତ୍ରୀକ ଆବଶ୍ୟକତା ଅନୁଯାୟୀ ଯୁବ ଛାତ୍ରଛାତ୍ରୀମାନେ ସେମାନଙ୍କ ମନରେ ନୂଆ ନୂଆ ଡିଜାଇନ ସୃଷ୍ଟି କରିବା ଏବଂ ତାକୁ କାର୍ଯ୍ୟରେ କରି ଦେଖାଇବାର ସମୟ ଆସିଛି ।

ସଂଗ୍ରହାଳୟ କେବଳ ପୂରାତନ ସାମଗ୍ରୀର ସଂଗ୍ରହ କରିଥାଏ । କିନ୍ତୁ ଦକ୍ଷତା ସଂଗ୍ରାହଳୟ ପୂରାତନ ଦକ୍ଷତା ସହ ଆଧୁନିକ ଦକ୍ଷତାର ପ୍ରଦର୍ଶନ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦକ୍ଷତା ସୃଷ୍ଟିରେ ସହଯୋଗ କରିବ । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଥିବା ସବୁ ସରକାରୀ ଆଇଟିଆଇରେ ଭବିଷ୍ୟତରେ ଏଭଳି ଦକ୍ଷତା ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ସଂଗ୍ରହାଳୟ ଦ୍ବାରା ଭାରତ ଇତିହାସରେ କଟକ ଖପୁରୀଆ ସ୍ଥିତ ସରକାରୀ ଆଇଟିଆଇର ନାମ ଯୋଡି ହୋଇଯାଇଛି । ଦେଶର ପ୍ରଥମ ଦକ୍ଷତା ସଂଗ୍ରହାଳୟ ସରକାରୀ ଆଇଟିଆଇରେ ସ୍ଥାନ ପାଇଛି । ଏହି ସଂଗ୍ରହାଳୟରେ ଗ୍ରାମଫୋନ ଠାରୁ ଆରମ୍ଭ କରି ୧୯୦୭ ମସିହାର ଉଡାଯାହଜର ଇଞିନ ମଧ୍ୟ ସ୍ଥାନ ପାଇଛି । କେବଳ ସେତିକିନ ନୁହେଁ ପୂର୍ବରୁ ବିଭିନ୍ନ କଳ କାରଖାନରେ ଚାଲୁଥିବା ମେସିନ ମଧ୍ୟ ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି। ଏହି ସଂଗ୍ରାହଳୟ ଭାରତରେ ପ୍ରଥମ ଓ ଏହା ସ୍କିଲ ଡେଭଲପମେଣ୍ଟ ବା ଦକ୍ଷତା ବିକାଶ କ୍ଷେତ୍ରରେ ଯୁବ ପିଢିଙ୍କ ପାଇଁ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି ମୂଖ୍ୟମନ୍ତ୍ରୀ ।

କଟକ ସରାକରାରୀ ଆଇଟିଆଇ ଶିଳ୍ପ ତାଲିମ କ୍ଷେତ୍ରରେ ଦେଶରେ ନିଜର ପରିଚୟ ସୃଷ୍ଟି କରିପାରିଛି । ରାଜ୍ୟରେ ଯୁବ ପିଢୀଙ୍କ କୁଶଳୀ ହେବାରେ ଦକ୍ଷତା ବହୁ ଆଗକୁ ବଢିଛି । ରାଜ୍ୟ ସରକାରଙ୍କ ଏହି ଦକ୍ଷତା ବିକାଶ ଯୋଜନା ଛାତ୍ର ଛତ୍ରୀଙ୍କ ଦକ୍ଷତା ବୃଦ୍ଧିରେ ବେଶ ସହାୟକ ହେବ ବୋଲି କହିଛନ୍ତି ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ । ଏହି ସଂଗ୍ରହାଳୟ ବର୍ତ୍ତମାନର ଯୁବ ପିଢି ଅତୀତର କୌଶଳ ବିଷୟରେ ବହୁ ତଥ୍ୟ ଜାଣିବା ସହ ଭବିଷ୍ୟତ ପିଢି ମଧ୍ୟ ଏହି ସଂଗ୍ରହାଳୟରୁ ବହୁ କିଛି ଶିଖିବାକୁ ପାଇବେ ବୋଲି ସେ କହିଛନ୍ତି । ଏହି ଉତ୍ସବରେ ହୋଟଲ ମ୍ୟାନଜମେଣ୍ଟ କ୍ଷେତ୍ରରେ ଓଡିଶାର ଦକ୍ଷତାକୁ ସାରା ଭାରତରେ ପ୍ରିତନିଧିତ୍ବ କରିଥିବା ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

4 × 2 =