ନବୀନ – ଦି ଆକ୍ଟର

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଉଚ୍ଚକୋଟିର ଲେଖକ ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ କେହି କେବେ ଜାଣିଛନ୍ତି ଯେ, ନବୀନ ଆଗେ ଥିଲେ ଅଭିନେତା ପରେ ହେଲେ ନେତା । ଅଭିନେତା ହିସାବରେ ତାଙ୍କ ରୋଲ ଥିଲା ବହୁ ସ୍ବଳ୍ପ। କିନ୍ତୁ ରାଜନୀତିରେ ବେଶ୍ ଲମ୍ବା ଇନିଂସ୍ ଖେଳିଲେଣି ଅଭିନେତାରୁ ନେତା ପାଲଟିଥିବା ନବୀନ । ତାଙ୍କ ଉପରେ ଲେଖା ଯାଇଥିବା ପୁସ୍ତକରୁ ଜଣାପଡ଼ିଛି ନବୀନ ଫିଲ୍ମରେ ରୋଲ କରିଛନ୍ତି । ଆଉ ତାଙ୍କ ହାଇ ପ୍ରୋଫାଇଲ ଜୀବନ ଶୈଳୀ କିଭଳି ଥିଲା ତାର କିଛି ଝଲକ ବର୍ଣ୍ଣିତ ହୋଇଛି ସେହି ବହିରେ । ବହିର ନାଁ ନବୀନ ପଟନାୟକ-ନୋଭିସ୍ ଟୁ ନଭେଲିଟି ।

ମାନେ ନବୀନ ପଟନାୟକ ଜଣେ ଅଭିନେତା । ଏକଥା ଏବେ ସାମ୍ନାକୁ ଆସିଛି । ସେ ଜଣେ ନେତା ଆଉ ଅଠର ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଗାଦିରେ ବସିଛନ୍ତି ଏକଥା ତ ସମସ୍ତେ ଜାଣନ୍ତି । କିନ୍ତୁ ନବୀନ ଅଶିଦଶକର ଏକ ଫିଲ୍ମ ରେ ଅଭିନୟ କରିଛନ୍ତି ସେ କଥା ଏବେ ଜଣାପଡ଼ିଛି । ୧୯୮୮ରେ ଦି ଡ଼ିସିଭର୍ସ ନାମକ ଏକ ଆଡ଼ଭେଞ୍ଚର ଫିଲ୍ମ ରେ ଛୋଟିଆ ରେ।ଲ କରିଛନ୍ତି ନବୀନ । ନବୀନ ପଟାନୟକ-ନୋଭିସ୍ ଟୁ ନଭେଲିଟି ନାମକ ପୁସ୍ତକକୁ ଲେଖିଥିବା ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ନବୀନଙ୍କ ସମ୍ପର୍କରେ ଏହି ନୂତନ ତଥ୍ୟକୁ ସାମ୍ନାକୁ ଆଣିଛନ୍ତି । ସେହି ପୁସ୍ତକରେ ଲେଖକ ନବୀନଙ୍କ ଜୀବନ ଶୌଳୀ ଉପରେ ଅନେକ କଥା ମଧ୍ୟ ସୁଚାଇଛନ୍ତି । ଯୁବାବସ୍ଥାରେ ନବୀନଙ୍କ ସୋସିଆଲାଇଟ୍ ଲାଇଫଷ୍ଟାଇଲ୍, ଦିଲୀର ଓବେରାୟ ହେ।ଟେଲରେ ନବୀନଙ୍କ ବୁଟିକ୍ ଏବଂ ହାଇ ପ୍ରୋଫାଇଲ୍ ଫ୍ରେଣ୍ଡ ସର୍କଲ ଆଦି ପ୍ରସଙ୍ଗକୁ ନିଖୁଣ ଭାବେ ଚିତ୍ରିତ କରିଛନ୍ତି ଲେଖକ । ଏକଥା ଜାଣିବା ପରେ ବିଜେଡ଼ି ନେତାଙ୍କ ଉତ୍ସାହ ଅଶି ଦଶକର ସେହି ଫିଲ୍ମର ଅଭିନେତା ନବୀନଙ୍କ ରୋଲ୍ ଦେଖିବା ପାଇଁ ।

ଏସବୁ ଲାଇଫ୍ ଷ୍ଟାଇଲ ରୁ ବାହାରି ନବୀନ କିଭଳି ନେତା ବନିଲେ ଏବଂ ଏଥିପାଇଁ କେଉଁ ପରିବେଶ ତାଙ୍କୁ ସାହାର୍ଯ୍ୟ କଲା ସେକଥା ଦର୍ଶାଇଛନ୍ତି ଲେଖକ । ନବେ ଦଶକର ଶେଷ ଭାଗ ଆଡ଼କୁ କଂଗ୍ରେସ ଶାସନ ପ୍ରତି ଲୋକଙ୍କ ବିମୁଖତା ଏବଂ ମହାବାତ୍ୟା ବିଭୀଷିକା ନବୀନଙ୍କ ପାଇଁ ଏକ ପ୍ରକୃଷ୍ଟ ସୁଯୋଗ ସୃଷ୍ଟି କରିଥିଲା ଓଡ଼ିଶା ରାଜନୀତିରେ । ଲୋକପ୍ରିୟତା ପାଇବାକୁ ଯେତେବେଳେ ଜଣେ ନେତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼େ ନବୀନଙ୍କ ହାତ ପାହାନ୍ତାରେ ବିଜୁଙ୍କ ପୁଅ ହିସାବରେ ଏହା ଯେମିତି ସହଜରେ ମିଳିଯାଇଥିଲା । ଏହାକୁ ଲେଖକ କଳୁଷିତ ରାଜନୀତିରେ ଫ୍ରେସ୍ ଏୟାର ଏବଂ ସେ ସମୟରେ ନବୀନ ଓଡ଼ିଶା ରାଜନୀତିର କେଜ୍ରୀୱାଲ ବୋଲି ବର୍ଣ୍ଣନା କରିଛନ୍ତି । ନବୀନଙ୍କ ସ୍ପିଚ୍ ଦେବା ଷ୍ଟାଇଲକୁ ନେଇ ମଧ୍ୟ ଲେଖକ ଉଲେଖ କରିଛନ୍ତି । ୨୦୦୦ ସାଧାରଣ ନିର୍ବାଚନ ପୁର୍ବରୁ ନବୀନ ଯେଉଁଠିକୁ ଯାଉଥିଲେ ତାଙ୍କ ପିତା ବିଜୁବାବୁଙ୍କୁ ସେହି ସ୍ଥାନ ବେଶି ପସନ୍ଦ ଥିଲା ଏବଂ ସେଠାକୁ ଆସିବାକୁ ତାଙ୍ ବାପା କହିଥିଲେ ବୋଲି ସବୁଠି ହୋହରାଇଥିଲେ । ବିରୋଧୀ କହିଛନ୍ତି ଅଭିନେତାରୁ ନେତା ବନିଥିବା ନବୀନ ୧୮ ବର୍ଷ ହେଲା କେବଳ ସେହି ଅଭିନୟ କରୁଛନ୍ତି ।

ଡ଼ୁନ୍ ସ୍କଲରେ ପଢିବା ବେଳେ ସଞ୍ଜୟ ଗାନ୍ଧୀ ଥିଲେ ନବୀନଙ୍କ କ୍ଲାସମେଣ୍ଟ । ଘରେ ସବୁବେଳେ ଓଷ୍ଟର୍ଣ ଷ୍ଟାଇଲରେ ଇଂରଜୀ କହିବାକୁ ପସନ୍ଦ କରୁଥିଲେ ସେ । କିନ୍ତୁ ଓଡ଼ିଶା ରାଜନୀତିରେ ନବୀନଙ୍କ ଏଣ୍ଟ୍ରୀ ପୂରା ରାଜନୌତିକ ବାତାବରଣକୁ ଯେଭଳି ଓଲଟପାଲଟ କରିଥିଲା ତାପରେ ନବୀନଙ୍କୁ ହଟାଇବାକୁ ଆଉ କେହି ସେହି ସୁଯେ।ଗ ଏଯାଏ ପାଇପାରିନାହାନ୍ତି ।

Share

Leave a Reply

Your email address will not be published. Required fields are marked *

2 × two =