ମୁଁ ଦେଖିଛି ଭିନ୍ନ ଏକ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ପୁରୀ ପାଇଁ ରାଜ୍ୟ ସରକାରଙ୍କର ବିଶ୍ବ ସ୍ତରୀୟ ଯୋଜନା । ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡରର ଆର୍କିଟେକ୍ଚର୍ ଡିଜାଇନ ଲୋକାର୍ପିତ । ଲୋକସେବା ଭବନରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଶଙ୍ଖ କ୍ଷେତ୍ରର ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାରମ୍ପରିକ ପ୍ରାଚୀନ ଡିଜାଇନ୍ ପ୍ରସ୍ତୁତ କରିଛନ୍ତି ।

ଏହା ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚ ଆକାକ୍ଷିଂତ ସ୍ବପ୍ନ ! ୨୦୧୬ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଯାଇଥିବା ବେଳେ ଏହି ସ୍ବପ୍ନ ଦେଖିଥିଲେ । ସେବେଠାରୁ ଏହି ସ୍ବପ୍ନ କାର୍ୟ୍ୟକାରୀ କରିବା ପାଇଁ ଯୋଜନାର ମୂଳଦୁଆ ପଡିଥିଲା । ପ୍ରଥମେ ପୁରୀ ଜେଲକୁ ସ୍ତାନାନ୍ତର କରାଯାଇଥିଲା । ଏହାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଗଲା । ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସବୁଠାରୁ ବଡ ଭକ୍ତ । ୨୦୧୬ ନୂଆ ବର୍ଷରେ ପୁରୀ ଯାଉଥିବା ବେଳେ ରାସ୍ତାରେ ଲାଗିଥିବା ସମସ୍ତ ଜଗନ୍ନାଥଙ୍କ ଫଟୋ ଥିବା ସମସ୍ତ ହୋର୍ଡିଂକୁ ହାତ ଯୋଡି ମୁଣ୍ଡିଆ ମାରୁଥିଲେ । ଯେତେବେଳେ ସେ ଶ୍ରୀମନ୍ଦିରରେ ଠାକୁରଙ୍କୁ ଦର୍ଶନ କରୁଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଅଲଗା ବ୍ୟକ୍ତିତ୍ବ ଓ ଭକ୍ତ ଭାବେ ଦେଖିବାକୁ ମିଳିଥିଲା । ଫେରିବା ସମୟରେ ସେ ପୁରୀ ପାଇଁ ଏକ ବିଶ୍ବସ୍ତରୀୟ ମାଷ୍ଟରପ୍ଲାନ୍ ପାଇଁ କହିଥିଲେ । ସୂଚନା ଦେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭିକେ ପାଣ୍ଡିଆନ୍ ।

Share

Leave a Reply

Your email address will not be published. Required fields are marked *

four × 3 =