ସ୍ତ୍ରୀକୁ ହାଣିଲା ସ୍ୱାମୀ

କ୍ରୋଧ ମଣିଷକୁ କେଉଁ ପରିସ୍ଥିତିରେ ପହଞ୍ଚାଇ ଦେଇ ପାରେ ତାହା ମଙ୍ଗଳବାର ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି। ଏଭଳି କାଣ୍ଡ ଜଣେ ବୃଦ୍ଧ ବ୍ୟକ୍ତି କରିଥିବା ଜଣାପଡ଼ିଛି। ଉଦଳା ବ୍ଲକ ଅନ୍ତର୍ଗତ ସରତ ଥାନା ଅଧିନ ମେଦାମ ଗାଁରେ ଏହି ଅଭାବନୀୟ ଘଟଣା ଗତକାଲି ଅପରାହ୍ନରେ ଘଟିଛି। ଗାଁର ଗୟା ନାୟକ ନିଜ ସ୍ତ୍ରୀ ପାନ ନାଏକଙ୍କ ବାମ ହାତକୁ ଏକ ଶକ୍ତ ଧାରୁଆ ଅସ୍ତ୍ରରେ ହାଣି ଶରୀରରୁ ଅଲଗା କରି ଦେଇଛି। ସ୍ତ୍ରୀ ଛଟପଟ ହୋଇ ଜଙ୍ଗଲରେ ପଡ଼ିଥିବା ବେଳେ ଗୟା କଟାହାତ ଧରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ପାରିବାରିକ ସମସ୍ୟାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମଝିରେ ମଝିରେ ଯୁକ୍ତିତର୍କ ହୋଇ ଆସୁଥିଲା। ଗତକାଲି ଏହା ଭୟଙ୍କର ରୂପ ନେଇଥିଲା। ଉତ୍ତେଜିତ ପାନକୁ ଗୟା ହାଣି ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଚିତ୍କାର କରୁଥିବା ବେଳେ ଗୟା ଥାନାରେ ପହଞ୍ଚି ଥିଲା। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାନକୁ ଏକ ଆମ୍ବୁଲାନ୍ସ ଯୋଗେ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଗୟାକୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

seventeen − 9 =