ନିକିତାଙ୍କୁ ଯୋଜନାବଦ୍ଧ ହତ୍ୟା, ସ୍ୱାମୀ ଗିରଫ

କଟକ () : ଟିଭି ସିରିଏଲ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି । ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ପୋଲିସ ଗିରଫ କରିଛି । ନିକିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଗତକାଲି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଗତକାଲି ଠାରୁ ଲିପନଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା । ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟିକିନିକି ଯାଞ୍ଚ କରିବା ସହ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିଥିଲା । ଯାଞ୍ଚ ପରେ କଟକ ଡିସିପି ଅଖିଳେସ ସିଂ ଗଣମାଧ୍ୟମକୁ କହିଥିଲେ ଯେ, ଗତ ଶୁକ୍ରବାର ରାତିରେ ନିକିତା ଛାତ ଉପରୁ ପଡ଼ିବା ବେଳେ ଲିପନ ସେଠାରେ ଉପସ୍ଥିତ ଥିଲେ । ଏହି କଥା ଜଣାପଡ଼ିସାରିଛି । ତେବେ ପୋଲିସ ଅନୁସନ୍ଧାନ କରୁଛି ଯେ, ନିକିତାଙ୍କୁ ଲିପନ ପେଲି ଦେଇଥିଲେ ନା ନିକିତା ନିଜେ ପଡ଼ିଯାଇଥିଲେ ।

ସିଇଣ୍ଟିଫିକ୍ ଟିମ୍‌ର ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପଚରାଉଚରାରୁ ମିଳିଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଥିଲା । ସେହି ଆଧାରରେ ଅଟକ ଥିବା ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ପୋଲିସ ଆଜି ସନ୍ଧ୍ୟାରେ ଗିରଫ କରିଛି । ଆସନ୍ତା କାଲି ତାଙ୍କୁ କୋର୍ଟଚାଲାଣ କରାଯିବ ।

ନିକିତାଙ୍କ ବାପା ଲିପନ ସାହୁଙ୍କ ସମେତ ନିକିତାଙ୍କ ସ୍ୱାମୀ ଓ ଶ୍ୱଶୂର ମଧ୍ୟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଘରୋଇ ହସ୍ପିଟାଲରେ ନିକିତାଙ୍କ ମୃତ୍ୟୁ ହେବାପରେ ତାଙ୍କ ଶେଷ ଦର୍ଶନ ପାଇଁ ମଧ୍ୟ ନିକିତାଙ୍କ ଶାଶୁ କିମ୍ୱା ଶ୍ୱଶୂର କେହି ଆସିନଥିଲେ । ଗତ ୬ ମାସ ହେଲା ନିକିତା ତାଙ୍କ ବାପା ଘରେ ରହୁଥିଲେ । ନିକିତାଙ୍କ ଏକ ୪ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ଅଛନ୍ତି ।

ଲିପନ ଗିରଫ ହେବାପରେ ଆସନ୍ତା କାଲି ସମ୍ଭବତଃ ମୃତ ନିକିତାଙ୍କ ଶାଶୁ ଓ ଶ୍ୱଶୂରଙ୍କୁ ପୋଲିସ ଜେରା କରିପାରେ ।

Share

Leave a Reply

Your email address will not be published. Required fields are marked *

6 − 4 =