ଦିଲ୍ଲୀ ହିଂସା ନେଲାଣି ୩୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ ()  ଦିଲ୍ଲୀ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ୨୫୦ଜଣରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି । ପୁଲିସର ଫ୍ଲାଗମାର୍ଚ୍ଚ ପରେ ନିୟନ୍ତ୍ରଣରେ ଆସିଛି ଦିଲ୍ଲୀର ସ୍ଥିତି ।

ହିଂସାକାଣ୍ଡ ଘଟଣାରେ ୧୮ଟି ମାମଲା ରୁଜୁ କରି ୧୦୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଆଜି ଦିଲ୍ଲୀ ପୁଲିସର ମୁଖପାତ୍ର ଏମଏସ ରନ୍ଧଓ୍ୱା ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ହିଂସାକାରୀଙ୍କୁ ଖୋଜିବା ପାଇଁ ପୁଲିସ ଡ୍ରୋନର ସାହାଯ୍ୟ ନେଉଛି। ହିଂସା ହୋଇଥିବା ସ୍ଥାନରେ ପୁଲିସ ମଧ୍ୟ କଡ଼ା ନଜର ରଖିଛି। ଯେଉଁ ଘରର ଛାତ ଉପରୁ ପଥର ଫିଙ୍ଗାଯାଉଥିବାର ପ୍ରମାଣ ମିଳିବ ସେହି ଘର ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ରନ୍ଧଓ୍ୱା କହିଛନ୍ତି।

ସେପଟେ ଦିଲ୍ଲୀ ହାଇକୋର୍ଟ ଏପରି ସ୍ଥିତି ପାଇଁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ସିଧାସଳଖ ଦିଲ୍ଲୀ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । କଠୋର କାର୍ୟ୍ୟାନୁଷ୍ଠାନ ନେଇ ଦଙ୍ଗାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପୁଲିସକୁ ୨୪ ଘଂଟାର ସମୟ ଦିଆଯାଇଛି । ଆଜି ଏହି ମାମଲାର ଶୁଣାଣି କରିବେ ମୁଖ୍ୟ ବିଚାରପତି । ଆଜି ଦିଲ୍ଲୀ ପୁଲିସ ବିଜେପି ନେତାଙ୍କ ଉତେଜନ ଭାଷଣ ନେଇ ହାଇକୋର୍ଟରେ ଜବାବ ଦେବ ।

ସୂଚନା ଅନୁସାରେ ଫେବୃୟାରୀ ୧୨ରେ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ ମୁରଲୀଧରଙ୍କ ବଦଳି ପାଇଁ ସୁପାରିଶ କରାଯାଇଥିଲା । ତେବେ ଗତକାଲି ଦିଲ୍ଲୀ ହିଂସାକାଣ୍ଡ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା ସହ ଦିଲ୍ଲୀ ପୁଲିସକୁ ଭର୍ତ୍ସନା କରିବାରୁ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

twelve − six =