ପଥ ଉତ୍ସବରେ ହକି ବିଶ୍ବକପ ଓ ଖଦିର ପ୍ରଚାର

ଭୁବନେଶ୍ବର () ଭୁବନେଶ୍ବର ସିଟି ଫେଷ୍ଟିଭାଲ ଅବସରରେ ଆୟୋଜିତ ଦ୍ବିତୀୟ ପଥଉତ୍ସବ ପାଇଁ ଆଜି ସକାଳୁ 20ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ମନ୍ଦିରମାଳିନୀ ସହରରେ ଲୋକପ୍ରିୟ ରାସ୍ତାର ଉତ୍ସବପଥ ଉତ୍ସବରେ ଲୋକେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏହାର ପରିକଳ୍ପନାର କେନ୍ଦ୍ର ସ୍ଥଳରେ ରହିଛି ଅଣ-ମୋଟରଗାଡି ଭିତ୍ତିକ ପରିବହନ – ସୁସ୍ଥକର ଜୀବନଯାପନର ପ୍ରସାର ।

ଆଜିର ଉତ୍ସବର ବିଷୟବସ୍ତୁ ଖଦି ଓ କୁଟୀର ଶିଳ୍ପ ଉପରେ ପର୍ଯ୍ୟବେସିତ ଥିଲା । ଖଦି ଓ କୁଟୀର ଶିଳ୍ପ ନିଗମ ଏଥିରେ ଅଂଶଗ୍ରହଣ କରି ଏହାର କ୍ୟାମ୍ପସ ପାଖରେ ଲୋକମାନଙ୍କୁ ସେମାନଙ୍କ ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶନ କରିଥିଲା । ଏହି ଅସବସରରେ ପାରମ୍ପାରିକ ଚରଖା, ସୁତା ବୁଣା, ମେସିନ ଚରଖା, ମାଟି ଜିନିଷ ତିଆରି କରିବା ଚକ, ତେଲ ପ୍ରସ୍ତୁତି କରିବାର ପାରମ୍ପାରିକ ପଦ୍ଧତି, ମହୁମାଛି ପାଳନ ଓ ସାରା ବିଶ୍ବରେ ପରିଚିତ ସୁନ୍ଦର କପଡା ପ୍ରସ୍ତୁତିରେ ପାରମ୍ପାରିକ ଉପାୟରେ ଓଡିଶାର ବୁଣାକାରମାନେ କିଭଳି ସୁତାକୁ ରଙ୍ଗ କରନ୍ତି ତାହାକୁ ପ୍ରଦର୍ଶନ କରାଯାଇଥିଲା । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ହୃଦୟକୁ ଚହଲାଇ ଦେବା ଭଳି ପ୍ରଦର୍ଶନ ଅନ୍ୟ ଏକ ଆକର୍ଷଣ ଥିଲା । ରୋଜାଲିନ ସାହୁଙ୍କ ଦୀତ ମଧ୍ୟ ମନ୍ଦିରମାଳିନୀ ସହରର ପଥ ଉତ୍ସବରେ ଲୋକଙ୍କ ହୃଦୟକୁ ରୋମାଂଚିତ କରିଥିଲା ।

ବିଭିନ୍ନ କଳାକାରଙ୍କ ଦ୍ବାରା ପ୍ରସ୍ତୁତ ପଥ ଚିତ୍ର ଯେଉଁଥିରେ ଓଡିଶା ହକି ପୁରୁଷ ବିଶ୍ବକପ 2018ରେ ଅଂଶଗ୍ରହଣ କରିଥିବା ସମସ୍ତ 16ଟି ଦେଶର ଜାତୀୟ ପତାକାକୁ ରଙ୍ଗୋଲି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା, ଆଉ ଏକ ଆକର୍ଷଣ ପାଲଟିଥିଲା । ଏହି ଅବସରରେ ଅଂସଗ୍ରହଣକାରୀମାନେ ଜନପଥ ଅଂଚଳରେ ହକି ଓ ଫୁଟବଲ ଭଳି ଅନ୍ୟାନ୍ୟ ରାସ୍ତା ଭିତ୍ତିକ କାର୍ଯ୍ୟକଳାପରେ ଭାଗ ନେଇଥିଲେ ଓ କଳିଙ୍ଗ ଷ୍ଟାଡିୟମ କ୍ରୀଡା ଛାତ୍ରାବାସର ଛାତ୍ରଛାତ୍ରୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆୟୁଷ ଶାଖା ପଖରୁ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ପଥ ଉତ୍ସବରେ ଅଂଶଗ୍ରହଣ କରିଥିବା ଲୋକେ ଏହି ଅବସରରେ ଆୟୁଷ ଶାଖା ପଖରୁ ସାଧାରଣ ଗୁଣକାରୀ ଔଷଧୀୟ ବୃକ୍ଷଗୁଡିକୁ ପ୍ରଦର୍ଶନ କରି ସେ ବିଷୟରେ ସଚେତନ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

6 + 10 =