‘ଡାଇନାମିକ ଅଫିସର’ ସଞ୍ଜୟ ସିଂ ହେଲେ ସୂଚନା ଓ ଲୋକ ସମ୍ପର୍କ ସଚିବ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ଅଫିସର୍ ସଞ୍ଜୟ କୁମାର ସିଂହଙ୍କୁ ସୂଚନା ଓ ‌ଲୋକସମ୍ପର୍କ ବିଭାଗର ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏ ସଂକ୍ରାନ୍ତୀୟ ଫାଇଲ୍‌ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀ ସିଂହ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ଓ ଇଡ଼କୋର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । 1997 ବ୍ୟାଚର ସଞ୍ଜୟ ସିଂହ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକସରୁ ଅର୍ଥନୀତିରେ ସ୍ନାତକ ହାସଲ କରିଛନ୍ତି । ସେ ଅର୍ଥନୀତି ଓ ମନିଟାରୀ ଇକୋନୋମିକସରେ ସ୍ପେସିଆଲାଇଜେସନ କରିଛନ୍ତି ।

ଶ୍ରୀ ସିଂହ ଓଡିଶା ଓ ବିହାରର 5ଟି ଜିଲ୍ଲାର ଜିଲ୍ଲାପାଳ ଭାବେ 11 ବର୍ଷ ଧରି କାର୍ଯ୍ୟ କରିଛନ୍ତି । ତାଙ୍କର ଦୀର୍ଘ ପ୍ରଶାସନିକ ଦକ୍ଷତା ରହିଛି । ସେ ବିହାର ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × four =