ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ

କାଳବୈଶାଖୀ ଓ ବାତ୍ୟା ଆସନି ପ୍ରଭାବରେ ରାଜ୍ୟରେ ଗତ କିଛି ଦେଲା ଦିନର ତାପମାତ୍ରା ସ୍ୱାଭାବିକ ରହିଛି | ତେବେ ପାଣିପାଗ ବିଭୀଗ ଚଳିତବର୍ଷ ମୌସୁମୀ ଜଲ୍ଦି ଆସିବା ନେଇ ଆକଳନ କରୁଥିବା ବେଳେ, ଏବେ ଏହାରି ମଧ୍ୟରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ ।

ଆସନ୍ତା ତିନି ଦିନରେ ରାଜ୍ୟରେ ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ । ୨୨ ତାରିଖ ପାଇଁ ରାଜ୍ୟର ୮ ଜିଲ୍ଲାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ୨୨ ତାରିଖ ଦିନ ତାତି ୪୨ ଡିଗ୍ରୀରୁ ୪୪ ଡିଗ୍ରୀ ମଧ୍ୟରେ ରହିବ ।

ଖରାରେ ବାହାରକୁ ନବାହାରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତକାଲି ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହୋଇପାରେ ।

ଲଗାତାର ଏକ ମାସ ହେଲା ପଶ୍ଚିମ ଓଡ଼ିଶା ଜଳୁଥିବା ବେଳେ ବୁଧବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୪୨.୫ ଡିଗ୍ରି ରେକର୍ଡ ହୋଇଛି । ବୁଧବାର ଦିନ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହୋଇଥିବା ବେଳେ ଆଜି କାଳବୈଶାଖୀର ପ୍ରକୋପ ଅପେକ୍ଷାକୃତ ବଢ଼ିବ । ଆଗକୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା ଆଦି ଜିଲ୍ଲାରେ ଆଜି ଅପରାହ୍ନ ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ପବନର ବେଗ ୩୦ରୁ ୪୦ କିମି ରହିବ । ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

Share

Leave a Reply

Your email address will not be published. Required fields are marked *

five × two =