ଏଣିକି ମୋ ବସରେ ମାଗଣାରେ ସମ୍ବାଦପତ୍ର ସେବା

ଭୁବନେଶ୍ୱର()  ଏଣିକି ମୋ ବସରେ ଯାତ୍ରୀମାନେ ଦୈନିକ ସମ୍ବାଦପତ୍ର ପଢିପାରିବେ । ଆଜିଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ଦୈନିକ ଯାତ୍ରୀମାନଙ୍କର ପଢିବାର ଅଭ୍ୟାସକୁ ପ୍ରୋସାôହିତ ଓ ବିକଶିତ କରିବା ପାଇଁ ଏପରି ଅଭିଯାନ ପ୍ରୟାସ କରାଯାଇଛି । ଅଧିକରୁ ଅଧିକ ଯାତ୍ରୀ ମାନଙ୍କୁ ଏହି ସେବା ସହ ଯୋଡିବା ନିମନ୍ତେ ଆମେ ଲକ୍ଷ ରଖିଛୁ ବୋଲି ବୋଲି କ୍ରୁଟର କାର୍ମିକ ଓ ପ୍ରଶାସନିକ ବିଭାଗର ମହାପ୍ରବନ୍ଧକ ତଥା ମୁଖପାତ୍ର ଦୀପ୍ତି ମହାପାତ୍ର କହିଛନ୍ତି ।

ଏହି ସେବା ଯାତ୍ରୀମାନଙ୍କ ସମୟକୁ ଉପଲବ୍ଧ ଏତାଦୃଶ ସେବା ଆପଣମାନଙ୍କର ପଢିବାର ଅଭ୍ୟାସକୁ ବଳବତ୍ତର କରିବା ନିମନ୍ତେ ସହାୟକ ହେବ ଏବଂ ସ୍ମାର୍ଟ ଫୋନ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ପ୍ରୋସାôହିତ କରିବ ।

ଆଗାମୀ ଦିନମାନଙ୍କରେ ଏହି ସୁବିଧା ସୁଯୋଗ ସମସ୍ତ ମୋ ବସଗୁଡିକରେ ଉପଲବ୍ଧ ହେବ ଏବଂ ସମୟାନୁସାରେ ଯାତ୍ରୀମାନେ ଦୈନିକ ଓଡିଆ ସମ୍ବାଦପତ୍ର ପଢିବାର ସୁଯୋଗ ପାଇପାରିବେ । ତାସହ ଆଗାମୀ ଦିନରେ ମୋ ବସଗୁଡିକରେ ଦୂରଭାଷା ପାଠାଗାରର ସୁବିଧା ସୁଯୋଗ ଦେବା ପାଇଁ କ୍ରୁଟ ବିଚାର କରୁଛି । ବର୍ତ୍ତମାନ ଦୈତ୍ୱ ନଗରୀର ୨୦ଟି ରୁଟରେ ଦୈନିକ ୭୦ହଜାର ଯାତ୍ରୀମାନଙ୍କୁ ନେଇ ଉକୃଷ୍ଟ ଜ୍ଞାନକୌଶଳ, ମାଗଣା ୱାଇ ଫାଇ ଏବଂ ଅତ୍ୟନ୍ତ ସ୍ୱଚ୍ଛ ୨୦୦ଟି ବସ ଯାତାୟତ କରୁଛି ।

Share

Leave a Reply

Your email address will not be published. Required fields are marked *

seventeen − nine =