ଆଜି ସିଦ୍ଧୁଙ୍କ ଭାଗ୍ୟ ନିର୍ଦ୍ଧାରଣ

କଂଗ୍ରେସ ନେତା ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୩୪ ବର୍ଷର ପୁରୁଣା ରୋଡ୍ ରେଜ୍ ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ। ବିନା ଉଦ୍ଦେଶ୍ୟରେ ହତ୍ୟା ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ତାଙ୍କୁ ୧୦୦୦ ଟଙ୍କା ଜରିମାନା କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

୨୭ ଡିସେମ୍ବର ୧୯୮୮ ରେ ଏହି ବିବାଦ ପଟିଆଲାରେ ଘଟିଥିଲା, ଯେତେବେଳେ ସିଦ୍ଧୁ ରାସ୍ତା ମଝିରେ ତାଙ୍କ ଜିପ୍ସୀ ଗାଡ଼ିକୁ ପାର୍କ କରିଥିଲେ | ଯେତେବେଳେ ପୀଡିତ ଏବଂ ଅନ୍ୟ ଦୁଇଜଣ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଉଥିଲେ, ସେମାନେ ରାସ୍ତାରେ ଥିବା ଜିପ୍ସୀକୁ ଦେଖି ସିଦ୍ଧୁଙ୍କୁ ହଟାଇବାକୁ କହିଥିଲେ। ଏହି କାରଣରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା | ପୋଲିସ ଅଭିଯୋଗ କରିଥିଲା ଯେ ଏହି ସମୟ ମଧ୍ୟରେ ସିଦ୍ଧୁ ରାଗିଯାଇ ପୀଡିତଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୀଡିତଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ସେପ୍ଟେମ୍ବର ୧୯୯୯ ରେ ନବଜୋତ ସିଂ ସିଦ୍ଧୁଙ୍କୁ ଟ୍ରାଏଲ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ, କିନ୍ତୁ ଡିସେମ୍ବର ୨୦୦୬ରେ ହାଇକୋର୍ଟ ସିଦ୍ଧୁ ଏବଂ ଅନ୍ୟ ଜଣଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଉଭୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ହଜାରେ ଟଙ୍କା ଜୋରିମାନା ଲଗାଇଥିଲେ। ଏହି ମାମଲାରେ ପୀଡିତଙ୍କ ପରିବାର ପକ୍ଷରୁ ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିସନ ଦାୟର ହୋଇଥିଲା ।

ରୋଡ୍ ରେଜ୍ ମାମଲା ​ ଯୋଗୁଁ ସିଦ୍ଧୁଙ୍କ ନିର୍ବାଚନ ଲଢ଼ବା। ଉପରେ ମଧ୍ୟ କଟକଣା ଲଗାଇବାକୁ ଆବେଦନ ହୋଇଥିଲା। କିନ୍ତୁ ତାଙ୍କୁ ସୁପ୍ରିମକୋର୍ଟ ନିର୍ବାଚନ ଲଢ଼ିବାକୁ ଅନୁମତି ଦେଇଥିଲେ। ମୃତ ଗୁରୁନାମ ସିଂଙ୍କ ସମ୍ପର୍କୀୟ ୨୦୧୦ ମସିହାରେ ସୁପ୍ରିମକୋର୍ଟରେ ଏକ ସିଡି ଦାଖଲ କରିଥିଲେ ଯେଉଁଥିରେ ସିଦ୍ଧୁ ଏକ ଚ୍ୟାନେଲ ସୋ’ରେ ଗୁରୁନାମଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ ।

Share

Leave a Reply

Your email address will not be published. Required fields are marked *

3 × one =