ଗଂଜାମ ଜିଲ୍ଲାପାଳଙ୍କ ଚ୍ୟାଲେଞ୍ଜ : ଡାହାଣୀ ଉପସ୍ଥିତି ପ୍ରମାଣ କଲେ ମିଳିବ 50 ହଜାର ଟଙ୍କା

ବ୍ରହ୍ମପୁର () ସମାଜରେ ପ୍ରଚଳିତ ଗୁଣି ଗରେଡି ଭଳି କୁପ୍ରଥା ଓ ଅନ୍ଧବିଶ୍ୱାସକୁ ଦୂର କରିବାକୁ ଗଂଜାମ ଜିଲ୍ଲାପାଳ ଏକ ଅଭନବ ଚ୍ୟାଲେଞ୍ଜ ଦେଇଛନ୍ତି । ବ୍ଲାକ ମ୍ୟାଜିକ ବା ଡାହାଣୀ, ଗୁଣି ଗାରେଡି ପ୍ରମାଣିତ କଲେ 50 ହଜାର ନଗଦ ପୁରସ୍କାର ଦିଆଯିବ ।

ରାଜ୍ୟ ବିଭିନ୍ନ ସ୍ଥାନରେ ବ୍ଲାକ ମ୍ୟାଜିକ ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ଅପରାଧ ସଂଗଠିତ ହେଉଛି।  ଗଂଜାମ ଜିଲ୍ଲାରେ ଏଭଳି ଘଟଣା ପ୍ରାୟ ପ୍ରତିଦିନ ହେଉଛି । ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର କରିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଘୋଷଣା କରିଛନ୍ତି ଯେ, ତାଙ୍କ ଉପସ୍ଥିତିରେ ଯଦି କେହି ଡାହାଣୀର ଉପସ୍ଥିତି ପ୍ରମାଣିତ କରିଦେବ ସେ ତାକୁ 50 ହଜାର ଟଙ୍କା ଆର୍ଥିକ ପୁରସ୍କାର ଦେବେ ।

ଏହି ପୁରସ୍କାର ସେ ନିଜ ପକେଟରୁ ଅର୍ଥାତ ନିଜ ଦରମାରୁ ଦେବେ । ବର୍ତ୍ତମାନ ସମୟରେ ସଚେତନତାର ଆବଶ୍ୟକତାକୁ ଅନୁଭବ କରି ସେ କହିଛନ୍ତି ଯେ, ସ୍କୁଲ ଓ କଲେଜରେ ସଚେତନତା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯିବ ।

Share

Leave a Reply

Your email address will not be published. Required fields are marked *

18 + seven =