ଆଦର୍ଶ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଗଂଜାମ ଜିଲ୍ଲାପାଳ

ଛତ୍ରପୁର () ଗଂଜାମ ଜିଲ୍ଲାପାଳ ଆଜି ମାଟ୍ରିକ ପରୀକ୍ଷାରେ 90 ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଜିଲ୍ଲା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଥିଲେ ଯେ ବିଦ୍ୟାଳୟର 83 ଜଣ ଛାତ୍ରଛାତ୍ରୀ ଏଥର ମାଟ୍ରିକ ପରୀକ୍ଷାରେ 90 ପ୍ରତିଶତରୁ ଅଧିକ ନମ୍ବର ରଖିବା ଗର୍ବର କଥା ।

ଏହି ପରୀକ୍ଷା ସିବିଏସଇ ଢାଞ୍ଚାରେ ହୋଇଥିଲା । ଏଥିପାଇଁ ଆଜି ଡିଆରଡିଏ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଗଂଜାମ ଏସପି ବ୍ରିଜେଶ କୁମାର ରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

seventeen + twelve =