ଡ୍ୟାନ୍ସବାରର ଚିକିମିକି ଆଲୁଅ ଓ ଅର୍ଦ୍ଧନଗ୍ନ ନୃତ୍ୟରେ ମତୁଆଲା ଯୁବପିଢୀ

ମାସିକିଆ ଚାନ୍ଦା ପାଇ ଆଖୁ ମୁଜିଦେଇଛି ପୋଲିସ 

ଭୁବନେଶ୍ବର () ଦୀପ ତଳ ଅନ୍ଧାର । କହିବାର ତାତ୍ପର୍ଯ୍ୟ ହେଉଛି କମିଶନରେଟ ପୋଲିସର ଆଇନ କାନୁନ ସବୁ ଯାଗା ଦେଖି ଅଲଗା  । କେୁଁଠି ପୂରା ଟାଇଟ ତ ଆଉ କେଉଁଠି ପୂରା ହୁଗୁଳା । କହର ତଳୀ ଅଂଚଳରେ ପୋଲିସ ବାବୁମାନେ ଆଇନର ପାଠ ପଢାଉଥିବା ବେଳେ ରାଜଧାନୀର ପେଣ୍ଠସ୍ଥଳୀ କୁହାଯାଉଥିବା ଲକ୍ଷ୍ମୀସାଗର ଓ ଖାରବେଳନଗର ଅଂଚଳରେ ଆଇର କିଭଳି ଖୋଲାଖୋଲି ଉଲଂଘନ ହେୁଛି ତାହା ଦେଖିବାକୁ ମିଳିଛି । ଡ୍ୟାନ୍ସବାର ଛତୁ ଫୁଟିଲାଭଳି ଖୋଲୁଥିବା ବେଳେ ପୋଲିସ ମୋଟା ଅଙ୍କର ଅର୍ଥ ନେଇ କିଭଳି ଅପରାଧୀଙ୍କୁ ପ୍ରୋତ୍ସାହନ ଦେୁଚି ତାହା ଜାଣିବା ପାଇଁ ଆମେ କରିଥିଲୁ ଅନୁସନ୍ଧାନ ।

ଶୁକ୍ରବାର ରାତିପ୍ରାୟ 12ଟା । ଆମେ ପହଁଚିଥିଲୁ ଲକ୍ଷ୍ମୀସାଗର ଛକରେ । ସତ୍ୟାସତ୍ୟ ପରଖିବା ପାଇଁ ଆମେ ପଶିଥିଲୁ ଅଶୋକା ବାର ଭିତରେ । ହୋଟେଲ ସାମ୍ନାରେ ପିସିଆର ପଇଁତରା । ଆଗପଟେ ରେଷ୍ଟୁରାଣ୍ଟରେ ଭିଡ କମଥିବା ବେଳେ ପଛପଟେ ଥିବା ଡ୍ୟାନ୍ସବାରରେ ଖାଚଖଚ ଭିଡ । ଭୁବନେଶ୍ବର ସାରା ପାନ ଦୋକାନଟିଏ ଖୋଲାନଥିବା ବେଳେ ଏଠାରେ କିନ୍ତୁ ମାଲେସିଆର ମାହୋଲ । ସବୁ ହୋଟେଲ, ଡ୍ୟାନ୍ସବାର ଖୋଲା । ଭିତରେ କଣ ଚାଲିଛି ଜାଣିବା ପାଇଁ ଆମେ ମଧ୍ୟ ଗରାଖ ହିସାବରେ ଭିତରକୁ ପଶିଗଲୁ । ଭିତର ଉନ୍ମାଦନା ଦେଖି ଆମ ହୋସ ଉଡିଯାଇଥିଲା । ମଦ ସାଙ୍ଗକୁ 6ଜଣ ଝିଅଙ୍କର ଉଲଗ୍ନ ନୃତ୍ୟ । ତା ସାଙ୍ଗକୁ ଉଡୁଥାଏ ଲକ୍ଷ ଲକ୍ଷ ଟଙ୍କା । ରାତି ଯେତେ ବଢୁଥାଏ ତାତି ମଧ୍ୟ ସେତି ବଢୁଥାଏ । ଡବଲ ରେଟରେ ବାହାରକୁ ମଧ୍ୟ ବିକ୍ରି ହେଉଥାଏ ମଦ । ଅଶୋକା ବାରରେ ଏଭଳି ସୁବିଧା ଉପଲବ୍ଧି ସଂପର୍କରେ ଜାଣିବା ପରେ 12ଟା 45 ବେଳେ ଅଶୋକାରୁ ଯାଇ ଚିୟର୍ସ ବାରରେ ପହଁଚିଲୁ । ସେଠି ଅବସ୍ଥା ଥିଲା ଆହୁରି ଭୟଙ୍କର । କିଛି ନିଶାସକ୍ତ ଯୁବକ ବାରଗାର୍ଲ ନାଚୁଥିବା ଷ୍ଟେଜରେ ଚଢି ନାଚିବା ସହ ବିଡାବିଡା ଟଙ୍କା ଉଡାଉଥିଲେ । ଯୁବତୀଙ୍କୁ ଆଲିଙ୍ଗନ କରି ନାଚୁଥିଲେ ।

ସବୁଠାରୁ ବଡକଥା ହେଲା ନିକଟରେ ଛିଡା ହୋଇଥିବା ବାଉଁସର ଏହାରି ମଧ୍ୟରେ ବାର ଡ୍ୟାନ୍ସରଙ୍କ ଦେହ ବେପାରର ଡିଲ କରୁଥିଲେ । 7ହଜାରରୁ ଆରମ୍ଭ କରି 30 ହଜାର ପର୍ଯ୍ୟନ୍ତ ଲାଗୁଥିଲା ଦେହର ବୋଲି । ଆଉ ଯିଏ ଅଧିକ ଦେଲା ସେ ହେଲା ଦେହର ସୌଦାଗର ।

ରାତି ବଢି ବଢି ଗୋଟାଏ 30 ହେଲା । କିନ୍ତୁ ବାର ବନ୍ଦ ନହେବାରୁ ଆମେ ଖାରବେଳନଗର ଚାଲିଆସିଲୁ । ଏଠି ଅବସ୍ଥା ସେୟା । ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ସୋଲାନ ଇନ ଓ ମ୍ୟୁଡମୁଲ ଆଗପଟୁ ବନ୍ଦ କିନ୍ତୁ ଭିତରେ ମେଲା । ବାହାରେ କିନ୍ତୁ ମଦୁଆଙ୍କୁ ସୁରକ୍ଷା ଦେବା ପାଇଁ ଛିଡା ହୋଇଥାଏ ପିସିଆର । କଥା ଆଳରେ ପିସିଆର କର୍ମଚାରୀଙ୍କୁ ରାତି ଅଧରେ ଡ୍ୟାନ୍ସବାର ଖୋଲାଥିବା କତା କହିଲୁ । କିନ୍ତୁ ତାଙ୍କ ପ୍ରତିକ୍ରିୟା ଆମ ମୁଣ୍ଡ ଟିଣ କରିଦେଇଥିଲା । କହୁ କହୁ କିଛି ଗହନ କଥା ସେ ଆମକୁ କହିଥିଲେ । “ଯାଉନ ଆମ ଆଇଆଇସିଙ୍କୁ କହିବ । ବାର ବନ୍ଦ କରିବାକୁ ଆମେ କିଏ? ମାସ ଆରମ୍ଭରୁ ଥାନାକୁ 70 ହଜାର ଦେଉଛନ୍ତି । କେବଳ ଆଇଆଇସି ନୁହେଁ, ବଡ ବାବୁଙ୍କର ବି ସିଂହ ଭାଗ ଅଛି” । ଏସବୁ ଶୁଣି ଆମେ କାନମୁଣ୍ଡା ଆଉଁସି ସେଠାରୁ ଚାଲିଯାଇଥିଲୁ ।

କେବଳ ଚିୟର୍ସ, ଅଶୋକା, ମ୍ୟାଡୁଲ ନୁହେଁ, ପେଣ୍ଟାଗନ, ମହାନ୍ତି ବାର, ଲିଭ ଇଟ ଅପ, ରେନ ଓ ଅଶୋକନଗରରେ ଥିବା ବାରରେ ମଧ୍ୟ ରାତି ଅଧିଆ ଏଭଳି ଧନ୍ଦା ଚାଲିଛି । କମିଶନରେଟ ପୋଲିସର ଦକ୍ଷ ଅଧିକାରୀ, ସ୍ପେଶାଲ ସ୍ବାର୍ଡ, କୁଇକ ଆକ୍ସନ ଟିମ ସମସ୍ତେ ଟଙ୍କା ଆଗରେ ବୋକା ବନିଯାଇଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି, ରାତି ଅଧ ଯାଏଁ କାହା ଇସାରରେ ରାଜଧାନୀରେ ଡ୍ୟାନ୍ସବାର ଚାଲୁଛି । ପ୍ରତ୍ୟେକ ଡ୍ୟାନ୍ସବାରରୁ କେତେ ଟଙ୍କା ପୋଲିସ ନେଉଛି । ଥାନା ଅଧିକାରୀ ମୋଟା ଅଙ୍କର ଅର୍ଥ ନେଉଥିବା ବେଳେ ଆଉ କେଉଁ ବଡବାବୁ ଏଥିରେ ସଂପୃକ୍ତ ଅଛନ୍ତି । ଷ୍ଟେଜ ଉପରେ ଯୁବତୀଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ନଚାଇ ଦେହ ବେପାରରେ ଲିପ୍ତ କରାଇଥିବା ମାଷ୍ଟରମାଇଣ୍ଡ ଜଣଙ୍କ କିଏ । ଆଶା କରୁ ପୋଲିସ କମିଶନର ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Share

Leave a Reply

Your email address will not be published. Required fields are marked *

18 − six =