ଅଗଷ୍ଟ ଚ୍ୟାଲେଞ୍ଜିଂ ରହିବ

ଗଞ୍ଜାମ()  ଅଗଷ୍ଟ ମାସ ଆମ ପାଇଁ ଚ୍ୟାଲେଞ୍ଜିଂ ହେବ । ଏହା କହିଛନ୍ତି  ଗଞ୍ଜାମ ଜିଲ୍ଲାପାଳ  ବିଜୟ କୁଲାଙ୍ଗେ ।  ଜିଲ୍ଲାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହା କହିଛନ୍ତି ।
 
ସେ କହିଛନ୍ତି ଯେ, ଏବେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା କମୁଛି । ଗଞ୍ଜାମରେ ଟେଷ୍ଟିଂ ବଢୁଥିବାବେଳେ ପଜିଟିଭ ସଂଖ୍ୟା କମୁଛି । ତଥାପି ଅଗଷ୍ଟ ମାସ ଆମ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ ।  ଏନେଇ ଆମକୁ ସତର୍କ ରହିବାକୁ ପଡ଼ିବ ।  ଅଧିକ ସତର୍କ ରହିବା ସହ ସରକାରଙ୍କ ସମସ୍ତ କୋଭିଡ କଟକଣାକୁ ମାନିବାକୁ ଜିଲ୍ଲାପାଳ କହିଛନ୍ତି ।  ତେବେ ଯେଉଁମାନେ କଟକଣା ଭାଙ୍ଗିବେ ସେମାନଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।  ଅନ୍ୟପକ୍ଷରେ ଅଗଷ୍ଟ ମାସରେ ଦୈନିକ ଅପରାହ୍ନ ୪ଟାରୁ ପର ଦିନ ସକାଳ ୫ଟା ଯାଏଁ ସଟଡାଉନ ରହିବ । ଏଥିସହ  ପ୍ରତି ଶନି ଓ ରବିବାର ସପ୍ତାହାନ୍ତ ସଟଡାଉନ ମଧ୍ୟ କଡ଼ାକଡ଼ି ଲାଗୁ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ  ବିଜୟ କୁଲାଙ୍ଗେ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

sixteen − six =