ପ୍ରାଥମିକ ଶିକ୍ଷକଙ୍କୁ ପୂଜା ଭେଟି, ପୁର୍ନଗଠିତ ହେଲା କ୍ୟାଡର

ଭୁବନେଶ୍ବର ()  ପ୍ରାଥମିକ ଶିକ୍ଷକ ଭାବେ ନିଯୁକ୍ତି ପାଉଥିବା ଶିକ୍ଷକମାନେ ଏଣିକି ନିଜ ଚାକିରି କାଳ ମଧ୍ୟରେ ଅନ୍ୟୁନ ତିନୋଟି ପଦୋନ୍ନତି ପାଇବେ । ଏସଂକ୍ରାନୀୟ କ୍ୟାଡର ପୁର୍ନଗଠନକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ମିଳିଛି । ପୂର୍ବରୁ ଲେବୁଲ 5 ସ୍ତରରେ ପ୍ରାଥମିକ ଶିକ୍ଷକ ଭାବେ ଯୋଗ ଦେଉଥିବା ଶିକ୍ଷକମାନେ ଆଦୌ ପଦୋନ୍ନତି ପାଉନଥିଲେ ।

ଏହି ନିଷ୍ପତ୍ତି ଅନୁଯାୟୀ ମାଧ୍ୟମିକ କ୍ୟାଡରରେ ବରିଷ୍ଠ ଶିକ୍ଷକ, ସ୍ନାତକ ଶିକ୍ଷକ ଏବଂ ବରିଷ୍ଠ ପ୍ରଧାନ ଶିକ୍ଷକ ଏହି ତିନୋଟି ପଦବୀ ସୃଷ୍ଟି କରାଯିବ ସହ ଲେବୁଲ 4 ଓ ଲେବୁଲ 2ରେ ଶିକ୍ଷକ ପଦବୀ ସଂଖ୍ୟା ଯଥେଷ୍ଟ ବୃଦ୍ଧି କରାଯାଇଛି । ବେତନ ହାରରେ ମଧ୍ୟ ବୃଦ୍ଧି କରାଯାଇଛି । ଏହାଦ୍ବାରା ଶିକ୍ଷକମାନେ ତିନୋଟି ପଦୋନ୍ନତି ପାଇବାକୁ ଯୋଗ୍ୟ ହେବେ । ଏହି ପଦୋନ୍ନତି ଦ୍ବାରା ରାଜ୍ୟର ପ୍ରାୟ 72ହଜାର 563 ଜଣ ପ୍ରାଥମିକ ଶିକ୍ଷକ ଉପକୃତ ହେବେ ।

ସେହିଭଳି ଶିକ୍ଷକଙ୍କ ଗ୍ରେଡ ପେକୁ ମଧ୍ୟ ସରକାର ବୃଦ୍ଧି କରିଛନ୍ତି । ଚାକିରି ଆରମ୍ଭ ସମୟରେ ଗ୍ରେଡ ପେ 2200 ଟଙ୍କା ସ୍ଥିର ହୋଇଛି । ପରବର୍ତ୍ତି ପଦୋନ୍ନତିରେ 24ଶହ ଟଙ୍କା ଏବଂ ତା ପରବର୍ତ୍ତି ପଦୋନ୍ନତିରେ 28ଶହ ଟଙ୍କା ଗ୍ରେଡ ପେ ପ୍ରଦାନ କରାଯିବ । ପୂର୍ବରୁ ପ୍ରାଥମିକ ଶିକ୍ଷକ ଲେବୁଲ 5ରେ ପଦବୀ ସଂଖ୍ୟା ଥିଲା 1ଲକ୍ଷ 4ହଜାର 888 । ପଦୋନ୍ନତିର ସୁଯୋଗ ବୃଦ୍ଧି ପାଇବାରୁ ଏହି ପଦବୀ ସଂଖ୍ୟା 32ହଜାର 328କୁ ହ୍ରାସ ପାଇଛି । ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଲେବୁଲ 4ରେ ପଦବୀ ସଂଖ୍ୟା ଥିଲା 21 ହଜାର 463 । ଏହି ସଂଖ୍ୟା ଏବେ 33ହଜାର 398କୁ ବୃଦ୍ଧି ପାଇଛି । ସ୍ନାତକ ଲେବୁଲରେ ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ଭାବେ ନୂଆ ପଦବୀ ସୃଷ୍ଟି କରାଯାଇ 51ହଜାର 164ଟି ପଦବୀ ସୃଷ୍ଟି କରାଯାଇଛି । ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଲେବୁଲ 3ରେ 905ଟି ପଦବୀ ଥିବା ବେଳେ ଏବେ ଏହି ପଦବୀ ସଂଖ୍ୟା 18ହଜାର 466କୁ ବୃଦ୍ଧି ପାଇଛି । ଏହି ଭଳି ପ୍ରାଥମିକ ସ୍ତରରେ 1,35,635 ଜଣ ଶିକ୍ଷକଙ୍କ କ୍ୟାଡର ପୁର୍ନଗଠନ କରାଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଜି ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 3 =