ସମ୍ବିତ ପାତ୍ରଙ୍କ ନାଁରେ ମାମଲା ରୁଜୁ

ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ମାମଲା ରୁଜୁ ।ଧର୍ମୀୟ ଭାବନା ଉପରେ ଆଘାତକୁ ନେଇ ମାମଲା ରୁଜୁ କରିଛନ୍ତି ଫ୍ଲାଇଂ ସ୍କ୍ବାର୍ଡ ଅଧିକାରୀ । ଜଗନ୍ନାଥଙ୍କ ନାଁ ନେଇ ପ୍ରଚାର କରୁଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ଖୋଲା ଜିପ୍ ରେ ଜଗନ୍ନାଥଙ୍କୁ ଧରି ସମ୍ବିତ ପାତ୍ର ରୋଡ୍ ସୋ’ କରିଥିଲେ । ସମ୍ବିତ ଜୋତା ପିନ୍ଧି ଜଗନ୍ନାଥଙ୍କ ମୂର୍ତ୍ତି ଧରିଥିବାରୁ ଏହା ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରୁଥିବା ଅଭିଯୋଗ ହୋଇଥିଲା । ତାସହ ସମ୍ବିତ ନିଜ ବ୍ୟାନରରେ ମଧ୍ୟ ଜଗନ୍ନାଥଙ୍କ ନାଁ ନେଇ ପ୍ରଚାର କରିଥିଲେ ।

ନିର୍ବାଚନ ସମୟରେ କୌଣସି ନେତା ଧାର୍ମିକ ମୂର୍ତ୍ତି ବା ଫଟୋକୁ ଧରି ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କଟକଣା ଜାରି ହୋଇଛି । ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ଓ ବିଜେଡି । ଏପରିକି ଏନେଇ ଦୁଇ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ ।

ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ନେଇ ସମ୍ବିତଙ୍କୁ ନୋଟିସ୍ ମଧ୍ୟ କରିଥିଲେ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ।

Share

Leave a Reply

Your email address will not be published. Required fields are marked *

three × five =