ବିବାହ ପୂର୍ବରୁ ୬ଜଣ ଅଭିନେତ୍ରୀଙ୍କ ସହ ରିଲେସନଶିପରେ ଥିଲେ କରନ, ଜାଣନ୍ତୁ କେଉଁ …

ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ଖୁବ ପ୍ରତିଷ୍ଠା ଲାଭ କରିଛନ୍ତି କରନ ପଟେଲ  । ଅଭିନୟ କରିବା ପୂର୍ବରୁ ସେ ଅନେକ ସଂଘର୍ଷ କରିଛନ୍ତି। ଆଜି ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ବିବାହ ପୂର୍ବରୁ କେଉଁ ଅଭିନେତ୍ରୀଙ୍କ ସହ କରନ ରିଲେସନଶିପ୍ରେ ଥିଲେ ଆସନ୍ତୁ ଜାଣିବା ।
– କରନ ଓ ଅମିତା ଏକା ସହ ଗୋଟେ ଟିଭି ସୋରେ କାମ କରିଛନ୍ତି। ଶୁଟିଂ ସମୟରେ ଉଭୟ ପରସ୍ପରକୁ ଡେଟ କରୁଥିଲେ। କିଛି ବର୍ଷ ଡେଟ କରିଲା ପରେ ଦୁହେଁ ଅଲଗା ହୋଇଥିଲେ ।
– ପାୟଲ ଓ କରନ ଲଭ ବର୍ଡସ ଭାବେ ପରିଚିତ ଥିଲେ। କରନ ପାୟଲଙ୍କୁ ବହୁତ ଭଲ ପାଉଥିଲେ ବୋଲି କୁହାଯାଇଥିଲା  । କୌଣସି କାରଣ ପାଇଁ ଉଭୟ ବ୍ରେକ୍ଅପ୍ କରିଥିଲେ।
– ୨୦୧୨ ମସିହାରେ ପ୍ରିୟଙ୍କା ଓ କରନ ପରସ୍ପରଙ୍କୁ ଭେଟିଥିଲେ। ଉଭୟ ସର୍ଭାଇୱର ଇଂଡିଆ ସେଟ୍ରେ ଦେଖା ହୋଇଥିଲେ। ତାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଧିରେ ଧିରେ ବନ୍ଧୁତା ପ୍ରେମରେ ବଦଳିଥିଲା। ରିଲେସନଶିପ୍ରେ ରହିବାର କିଛି ଦିନ ପରେ ଉଭୟ ପରସ୍ପରଠୁ ଅଲଗା ହୋଇଥିଲେ।
– ପ୍ରତ୍ୟୁଷା ଆଜି ଆମ ସମସ୍ତଙ୍କ ଗହଣରେ ନାହାନ୍ତି। କରନ ଓ ପ୍ରତ୍ୟୁଷା କିଛି ବର୍ଷ ପରସ୍ପରଙ୍କୁ ଡେଟ୍ କରୁଥିଲେ। ରିପୋର୍ଟ ଅନୁସାରେ କରନଙ୍କ ପାଇଁ ପ୍ରତ୍ୟୁଷା ଓ କାମ୍ୟା ପଞ୍ଜାବିଙ୍କ ମଧ୍ୟରେ ଫାଇଟ୍ ହୋଇଥିଲା।
– କରନ ଓ କାମ୍ୟାଙ୍କ ବ୍ରେକ୍ଅପ୍ ହେବା ପରେ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା କାରଣ ଉଭୟଙ୍କ ଯୋଡି ଅନେକ ଜଣଙ୍କୁ ପସନ୍ଦ ଥିଲା। ଉଭୟଙ୍କ ବିବାହ ହେବା ପୂର୍ବରୁ ଦୁହେଁ ପରସ୍ପରଠୁ ଅଲଗା ହୋଇଥିଲେ।
– ୨୦୧୪ ମସିହାରେ ଅଙ୍କିତା ଓ କରନଙ୍କର ନିର୍ବନ୍ଧ ହୋଇଥିଲା। ଉଭୟ ୨୦୧୫ ମସିହାରେ ବିବାହ କରିଥିଲେ। ଦୁହେଁ ଏବେ ପରସ୍ପର ସହ ବହୁତ ଖୁସି ଅଛନ୍ତି।
Share

Leave a Reply

Your email address will not be published. Required fields are marked *

twenty − 17 =