୧୧୨୦ଟି ଦୋକାନରେ ଉପଲବ୍ଧ ହେବ ଫାଭିପିରାଭିର

ଭୁବନେଶ୍ୱର() ରାଜ୍ୟର ୧୧୨୦ଟି ଔଷଧ ଦୋକାନରେ ଭୂତାଣୁ ନାଶକ ବା ଆଣ୍ଟିଭାଇରାଲ ବଟିକା ଫାଭିପିରାଭିର ଉପଲବ୍ଧ ହେବ । ପୂର୍ବରୁ ଏହା ରାଜ୍ୟର ୩ଶହଟି ଷ୍ଟୋରରେ ଉପଲବ୍ଧ ହେଉଥିଲା । ୫ଟି ମହାନଗରରେ ଏହା ପ୍ରାୟ ୪୦ଟି ଷ୍ଟୋର ଲେଖାଏଁ ଓ ଜିଲ୍ଲାରେ ୧୦-୩୦ଟି ଷ୍ଟୋରରେ ଉପଲବ୍ଧ ହେବ ବୋଲି ରାଜ୍ୟ ଡ୍ରଗସ କଣ୍ଟ୍ରୋଲର ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଗୃହ ପୃଥକବାସରେ ରହୁଥିବା ଲକ୍ଷଣ ଯୁକ୍ତ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଫାଭିପିରାଭିର ବଟିକା ଖାଇବା ଲାଗି ଅନୁମୋଦନ ଦେଇଛନ୍ତି । ତେବେ ଡାକ୍ତରଙ୍କ ବିନା ପରାମର୍ଶ ଓ ରୋଗୀଙ୍କ ଲିଖିତ ଅନୁମତି ବିନା ଏହି ଔଷଧ ଦେବା ଲାଗି ବାରଣ କରାଯାଇଛି । ଏହି ନିମୟ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ସରକାର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

6 − 2 =