ଅନିଶ୍ଚିତତାରେ ଝାରସୁଗୁଡା ବିମାନ ବନ୍ଦର ଭାଗ୍ୟ

ଭୁବନେଶ୍ବର () ଅନିଶ୍ଚିତତାରେ ଝାରସୁଗୁଡା ବିମାନ ବନ୍ଦରର ଭାଗ୍ୟ । ଉଡାଣ ଯୋଜନାରେ ଏହି ବିମାନ ବନ୍ଦରରୁ ବିମାନ ଉଡାଣ ପାଇଁ ଏୟାର ଓଡିଶାକୁ ଦିଆଯାଇଥିବା ଲାଇସେନସକୁ ବାତିଲ କରିଦିଆଯାଇଛି ।   ଏୟାର ଓଡ଼ିଶାର ଲାଇସେନସକୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ବାତିଲ୍ କରିଛନ୍ତି । ବିଭିନ୍ନ ବୈଷୟିକ ତୃଟି ଓ କର୍ମଚାରୀ ଅଭାବ ଆଳ ଦେଖାଇ ଏୟାର ଓଡିଶା ନିୟମିତ ବିମାନ ଉଡଣ ନକରିବାରୁ ଏଏଆଇ ଏହି ନିଷ୍ପତ୍ତି ନେଇଛି ।

ଏଥିସହିତ ଏୟାର ଓଡ଼ିଶାର ସମସ୍ତ ପୂର୍ବାଞ୍ଚଳ ଉଡାଣକୁ ବାତିଲ୍ କରାଯାଇଛି  । ଫଳରେ ଏୟାର ଓଡିଶା ଉଡାଣ ଯୋଯନାର ଓଡିଶା, ଛତିଶଗଡ଼ ,ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡରେ ବିମାନ ଉଡାଣ କରିପାରିବ ନାହିଁ । ଏୟାର ଓଡିଶା ୫ମାସ ମଧ୍ୟରେ ୭୦ପ୍ରତିଶତ ବିମାନ ଉଡାଣ କରିନାହିଁ । ଏହା ପୂର୍ବରୁ ଏୟାର ଓଡ଼ିଶାର ଏଭଳି ପରିସ୍ଥିତି ନେଇ ଝାରସୁଗୁଡା ବିଧାୟକ ନବ ଦାସ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଲୋଡିଥିଲେ  । ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖି ଝାରସୁଗୁଡାରେ ନିୟମିତ ବିମାନ ଚଳାଚଳ ପାଇଁ ଲେଖିଥିଲେ । ଏଭଳି ପରିସ୍ଥିତି ପରେ ୨୦୦କୋଟି ଟଙ୍କା ବ୍ୟୟ ରେ ନିର୍ମାଣ ହୋଇଥିବା ଝାରସୁଗୁଡା ବିମାନ ବନ୍ଦର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହେଇଯାଇଛି ।

ଗତ ସେପ୍ଟେମ୍ବର 22 ତାରିଖରେ ଝାରସୁଗୁଡା ବିମାନ ବନ୍ଦରର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଦାବି କରିଥିଲେ । ରାଜ୍ୟର ଦାବି ଅନୁଯାୟୀ ଏହାକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମୀତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ବାଣିଜ୍ୟିକ ବିମାନ ବନ୍ଦରର ରୂପ ଦେବାକୁ ଏଠାକୁ କେବଳ ଉଡାନ ବିମାନ ସହ ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପ୍ରଥମ ଦଫାରେ ଭୁବନେଶ୍ବର ନୂଆଦିଲ୍ଲୀ ଏୟାର ଇଣ୍ଡିଆ ବିମାନକୁ ଝାରସୁଗୁଡା ଦେଇ ଚଳାଇବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଝାରସୁଗୁଡା ବିମାନ ବନ୍ଦର ପାଇଁ ରାଜ୍ୟ ସରକାର 120 ଏକର ଜମି ସହ ପାଣି ଓ ବିଦ୍ୟୁତ ଯୋଗାଯୋଗର ବ୍ୟବସ୍ଥା କରିଛନ୍ତି । ଏଥିସହିତ ରାଜ୍ୟ ସରକାର ବିମାନ ବନ୍ଦର ଉନ୍ନତିକରଣ ପାଇଁ 75 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ବିମାନ ବନ୍ଦରର ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Share

Leave a Reply

Your email address will not be published. Required fields are marked *

four + 4 =