ଏହି ପ୍ରଶ୍ନର ଉତ୍ତର ଦେଇ ମିସ୍ ଇଣ୍ଡିଆ ହୋଇଥିଲେ ସୁସ୍ମିତା

ମୁମ୍ବାଇ()  ୧୯୯୪ ମସିହାରେ ମିସ୍ ୟୁନିଭର୍ଶ ଟାଇଟଲ ବିଜୟୀ ଭାରତୀୟ ସୁନ୍ଦରୀ ସୁସ୍ମିତାଙ୍କର ଆଜି ଜନ୍ମଦିନ। ଆଜି ସୁସ୍ମିତା ନିଜର ୪୪ତମ ଜନ୍ମଦିନ ପାଳନ କରିବେ।

୧୯୯୪ ମସିହାରେ ସୁସ୍ମିତା ମିସ୍ ଇଣ୍ଡିଆ ହୋଇଥିଲେ। ସେହି ସମୟରେ ଉଭୟ ଅଭିନେତ୍ରୀ ଐଶ୍ବର୍ୟ୍ୟା ରାୟ ଓ ସୁସ୍ମିତା ସେନ୍ ମିସ ଇଣ୍ଡିଆ ପେଜେଣ୍ଟରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଗୋଆରେ ହୋଇଥିଲା। ସେଦିନ ସମସ୍ତେ ଐଶ୍ବର୍ୟ୍ୟା ଓ ସୁସ୍ମିତାକୁ ନେଇ ଚ୍ୟାଲେଞ୍ଜ ମଧ୍ୟ ଲଗାଇଥିଲେ ।

ସୁସ୍ମିତାଙ୍କୁ ପଚାରାଯାଇଥିଲା ଯେ, ତାଙ୍କୁ ନିଜ ଦେଶର ଟେକ୍ସଟାଇଲ ହେରିଟେଜ୍ ବିଷୟରେ କଣ ଜଣା ଅଛି। ଏହା କେବେଠୁ ଆରମ୍ଭ ହୋଇଥିଲା ଓ ତାଙ୍କୁ କଣ ପିନ୍ଧିବା ପସନ୍ଦ। ଏହି ପ୍ରଶ୍ନର ସୁସ୍ମିତା ଖୁବ ଭଲ ଭାବେ ଉତ୍ତର ଦେଇଥିଲେ। ସେ କହିଥିଲେ ଯେ, ଏହା ମହାତ୍ମା ଗାନ୍ଧିଙ୍କ ସମୟରୁ ଆରମ୍ଭ ହୋଇଥିଲା। ତାଙ୍କୁ ଇଣ୍ଡିଆନ ଓ ଏଥନିକ୍ ୱେର ପିନ୍ଧିବା ବହୁତ ଭଲ ଲାଗେ।ଏହା ଶୁଣି ଜଜ୍ ସୁସ୍ମିତାଙ୍କୁ ବିଜୟୀ ଘୋଷଣା କରିଥିଲେ।

Share

Leave a Reply

Your email address will not be published. Required fields are marked *

10 + fourteen =