ବୁଲିଲା ‘କାଳିଆ’ ରଥ

ଭୁବନେଶ୍ୱର () କାଳିଆ ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ସଚେତନତା ସୃଷ୍ଟି କରାଯିବ । ସବୁ ଚାଷୀ ଯେପରି ଏହାର ସୁଫଳ ନେଇପାରିବେ ଏବଂ ଜଣେ ବି ବଂଚିତ ହେବେନି ସେନେଇ ସଚେତନତା ସୃଷ୍ଟି କରାଯିବ । ଏପରିକି ଚାଷୀଙ୍କୁ କାଳିଆ ଯୋଜନାରେ ଆବେଦନ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ ।

ଏଥିପାଇଁ ରାଜ୍ୟବ୍ୟାପୀ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରସ୍ତୁତ କାଳିଆ ରଥର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ପ୍ରଥମ ପର୍ଯ୍ୟାୟରେ 20ଟି ରଥ ଗାଁ ଗାଁ ବୁଲିବ । ପରେ ଆଉ 130ଟି ଅର୍ଥାତ ମୋଟ 150ଟି କାଳିଆ ସଚେତନତା ରଥ ଗାଁ ଗାଁ ବୁଲିବ ।

Share

Leave a Reply

Your email address will not be published. Required fields are marked *

nineteen + fourteen =